ଫକୀରଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଲୋକାର୍ପଣ ଓ ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରାଥୀତଯଶା ଶିଶୁ ସାହିତ୍ୟିକ ତଥା ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଫକୀରଚରଣ ପାଢ଼ୀଙ୍କ ପୁସ୍ତକ “ମେଳର ବଳ’ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ସ୍ମୃତି ସଂଗ୍ରହାଳୟ ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ଆଜି ଲୋକାର୍ପଣ ସହ ସମୀକ୍ଷାୟନ ହୋଇଯାଇଛି । କଟକ ଚୌଦ୍ୱାରର ସମାଜସେବୀ କଲ୍ଲୋଳ ବେହେରା, ବି.ଏଡ଼୍‌. ଛାତ୍ର ଭାସ୍କର ସାହୁ, ସଂଗ୍ରହାଳୟର ରିସେପନିଷ୍ଟ ସୁଆଣ୍ଡୋର ପୁସ୍ତକପ୍ରେମୀ ନନ୍ଦିନୀ ଦାଶ, ସିଲା ବେହେରା, ସମାଜସେବୀ ଛବିରାଣୀ ବାରିକ, ଆଇନଜୀବୀ ତଥା ପ୍ରକୃତିବନ୍ଧୁ କବି ହୃଷୀକେଶ ପାଢ଼ୀ ଓ କୁନି କୁନି ପିଲାମାନଙ୍କ ହାତରେ ଲୋକାର୍ପିତ ହେବା ପରେ ବିଶ୍ୱନାଥପୁର ନୂଆଗାଁର ସିନେ ବ୍ୟାନର ଆର୍ଟିଷ୍ଟ ତଥା ପୁସ୍ତକ ପ୍ରେମୀ ପୁଷ୍ପା ବାରିକ ପୁସ୍ତକ ଟିକୁ ସମୀକ୍ଷା କରିଥିଲେ । ପୁସ୍ତକ ଟିରେ ମେଳର ବଳ, ଡ଼ିମିରି ଗଛର ଫଳବୋଝ, ଢେଲା ଭଳି ମିତଟିଏ, କଙ୍କଡାର ବର, ବାଘର ଭୟ, ବୁଦ୍ଧିର ବଳ, ଗଛକୁ ସମ୍ମାନ ଆଦି ସାତୋଟି ସରଳ ବୋଧଗମ୍ୟ ଶିଶୁ ମନଲାଖି ଭତରା ଲୋକକଥାର ଗଳ୍ପ ପିଲାମାନଙ୍କ ମନକୁ ଛୁଇଁ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୁସ୍ତକରେ ଥିବା “ଗଛକୁ ସମ୍ମାନ ‘ ବିଷୟଟିକୁ ସବୁଜ ଡେଲାଙ୍ଗର ପ୍ରତିଷ୍ଠାତା ଆଇନଜୀବୀ, କବି ତଥା ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀ ପାଠକରି ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଥିଲେ । ଶେଷରେ ସୋମନାଥ ସେନାପତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.