csstore

ଚୁଲିଫୁଙ୍କା ପଞ୍ଚାୟତକୁ ଗସ୍ତ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଭିନ୍ନ ଗାଁରେ ଦୋଳବାଦ୍ୟ ଓ ସଂକୀର୍ତ୍ତନର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ ଚୁଲିଫୁଙ୍କା ପଞ୍ଚାୟତର ଦର୍ଲିମୁଣ୍ଡା, ସାହାଯୋଟ, ପାତଳପଡ଼ା ଭିର୍କାପଡ଼ା, ଚୁଲିଫୁଙ୍କା, ଡୁମେରପଡ଼ା, ନଙ୍ଗଲାଜୁରି, ବାଦିଚକା ପ୍ରମୁଖ ଗାଁକୁ ଗସ୍ତ କରି ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗାଁ ଗୁଡିକରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା, ଭତ୍ତା, ରାସନ କାର୍ଡ, ରାସ୍ତା ଘାଟ, ସ୍ୱାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଁ ଗୁଡିକରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ବିଭିନ୍ନ ଗାଁ ଗୁଡିକରେ ମହିଳାମାନେ ବିଧାୟକଙ୍କୁ ଫୁଲମାଳା ଦେଇ ଓ ବନ୍ଦାପନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ ପ୍ରମୁଖଙ୍କ ସହ ବହୁ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.