ପଞ୍ଚାୟତସ୍ତରୀୟ ବ୍ରାହ୍ମଣ ସମାଜର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଡ. ସୁନିଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ପଞ୍ଚାୟତସ୍ତରୀୟ ବ୍ରାହ୍ମଣ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବିଡ଼ିଓ ମନୋଜ କୁମାର ଦେବତା ଯୋଗ ଦେଇଥିଲେ । ଅଧ୍ୟକ୍ଷ ଏବଂ ବିଡ଼ିଓଙ୍କୁ କମିଟିର ସଦସ୍ୟମାନେ ବ୍ରାହ୍ମଣ ସମାଜର ନିର୍ମାଣାଧୀନ ଥିବା କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଥିବା ବେଳେ ଶ୍ରୀ ସାହୁ ଏହା ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଯଜ୍ଞ ପବିତ ବା ପଇତା ତିଆରି କରିବାର କର୍ମଶାଳା ଠୁ ନେଇ କିଭଳି ଜଗତର କଲ୍ୟାଣ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଶତାଧିକ ସଦସ୍ୟ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ବ୍ଲକରେ ଥିବା ସମସ୍ତ ୧୯ ଗୋଟି ଗ୍ରାମ ପଞ୍ଚାୟତର ବ୍ରାହ୍ମଣମାନଙ୍କୁ ନେଇ ଏକ ବ୍ଲକସ୍ତରୀୟ ସଂଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପରିଶେଷରେ ସୁଶାନ୍ତ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପୁରୋହିତ, ପର୍ଶୁରାମ ବାହିନୀ ସଂଯୋଜକ ଅରବିନ୍ଦ ପଣ୍ଡା, ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.