lika

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ମୋ’ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ

gbag

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବଲାଡୀଠାରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ମୋ’ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ସେବା କେନ୍ଦ୍ର ଓମ ଶିବଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାରତୀ ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ହେବାକୁ ଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ସ୍ଥାନୀୟ ଜନସାଧାରଣ ସହ ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅର୍ଥ ଦେଣନେଣକୁ ସହଜ ସୁଗମ ତଥା ବ୍ୟବସ୍ଥିତ କରିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି । ଏହି ଉଦ୍‌ଘାଟନୀ ସମାରୋହରେ ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ବିପିଏମ ମିଶନ ଶକ୍ତି, ଜିଲ୍ଲା ପରିଚାଳକ ଡିଜିଏମ, ସହଜ ସଂସ୍ଥାର କର୍ମକର୍ତ୍ତା, ଅନ୍ୟାନ୍ୟ ମିଶନ ଶକ୍ତି କର୍ମକର୍ତ୍ତା, ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ ।

sandip
Leave A Reply

Your email address will not be published.