ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଇଂରାଜୀ ବିଭାଗର ପ୍ରଧ୍ୟାପକ ବିଦ୍ୟାଧର ଦାସ ଏବଂ ଅଫିସର ବରିଷ୍ଠ କିରାଣୀ ଟୀକାରାମ ପଟେଲଙ୍କୁ ମହାବିଦ୍ୟାଳୟର କାର୍ଯ୍ୟଭାରରୁ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଦେଇଥିଲେ । ମହାବିଦ୍ୟାଳୟର ପ୍ରଧ୍ୟାପକ ଶ୍ରୀ ଦାସ ଏବଂ ବରିଷ୍ଠ କିରାଣୀ ଶ୍ରୀ ପଟେଲଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରି ନିଜ ଅଭିଭାଷଣ ଦେଇ ତାଙ୍କ ମଙ୍ଗଳ କାମନା କରିଥିଲେ । ଏହା ପରେ ଶ୍ରୀ ଦାସ ଏବଂ ଶ୍ରୀ ପଟେଲ ମହାବିଦ୍ୟାଳୟରେ ନିଜର ଅଭିଜ୍ଞତା ବିଷୟରେ କହିଥିଲେ । ଏହି ସଭାକୁ ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ପ୍ରମୋଦ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ପରିଶେଷେରେ ଶିକ୍ଷକ କର୍ମଚାରୀ ସଂଘର ଉପସମ୍ପାଦକ ପ୍ରଶାନ୍ତ ସିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହା ବିଦ୍ୟାଳୟର ପ୍ରଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ତାରା ପ୍ରସାଦ ଶତପଥୀ, ପ୍ରଭାତ ମହାପାତ୍ର, ବିରଞ୍ଚି ସାହୁ, ମନୋଜ କୁମାର ପ୍ରଧାନ, ଲଳିତ ମୋହନ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.