ପୋଖରୀ ଭିତରକୁ ଖସିପଡିଲା ଗାଡି, ଅଳ୍ପକେ ବର୍ତ୍ତିଲେ ୬ ଛାତ୍ରଛାତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସହର କୁଞ୍ଜକାନ୍ତ ପୋଖରୀ ଭିତରକୁ ଖସିପଡିଲା କୋଚିଂ ସେଣ୍ଟର ଗାଡି । ଅଳ୍ପକେ ବର୍ତ୍ତିଲେ ୬ଜଣ ଛାତ୍ରଛାତ୍ରୀ । ଖବର ଅନୁଯାୟୀ, ଟାଟା ମ୍ୟାଜିକ୍‌ଟି ସ୍ଥାନୀୟ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିଥାଏ । ମଙ୍ଗଳବାର ରାତି ୯ଟା ସମୟରେ ଗାଡିଟି କୁଞ୍ଜକାନ୍ତ ପୋଖରୀ ହୁଡ଼ାରେ କୋଚିଂ ସେଣ୍ଟର ପାଖରେ ଛିଡା ହୋଇଥିଲା । ସେଥିରେ ୬ ଜଣ ଛାତ୍ରଛାତ୍ରୀ ବସିଥିଲେ । ଡ୍ରାଇଭର ଗାଡି ଛାଡି କେଉଁଆଡେ ଚାଲି ଯାଇଥିଲା । ଏହି ସମୟରେ ବସିଥିବା ପିଲାମାନେ ଗାଡିର ହ୍ୟାଣ୍ଡ ବ୍ରେକ୍‌କୁ ଅଜାଣତରେ ପକାଇ ଦେଇଥିଲେ । ଯାହାଫଳରେ ଗାଡିଟି ପୋଖରୀ ଭିତରକୁ ଖସି ପଡିଥିଲା । ସୌଭାଗ୍ୟବଶତଃ ଗାଡିଟି ପୋଖରୀର ପାଣି ନଥିବା ଜାଗାରେ ପଡିଥିଲା । ସେପଟେ ଏହା ଦେଖି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରୁ ସମସ୍ତ ପିଲାଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ପିଲାମାନେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସମସ୍ତେ ବିପଦମୁକ୍ତ ରହିଥିବା ଜଣାପଡିଛି । ତାଆଉଁ ଥାନା ପୋଲିସ ପହଞ୍ଚି କ୍ରେନ୍‌ ସହାୟତାରେ ଗାଡିକୁ ଉଦ୍ଧାର କରିଥିବା ଜଣାପଡିଛି ।

Leave A Reply

Your email address will not be published.