ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତରଭା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ହେଡ୍ କ୍ଲର୍କ

ସୋନପୁର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ହେଡ୍ କ୍ଲର୍କ ଶିବ ପ୍ରସାଦ ଗୁରୁ । ହେଡ୍ କ୍ଲର୍କଙ୍କ ସହ ହେମକାନ୍ତ ବିଶି ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ହେମକାନ୍ତ ବିଶିଙ୍କ ଜରିଆରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ ହେଡ୍ କ୍ଲର୍କ । ଜମି ପଞ୍ଜିକରଣ ଓ ବିକ୍ରି ସଂପର୍କିତ କାମ ପାଇଁ ଅଭିଯୋଗକାରୀଙ୍କଠାରୁ ହେଡ୍ କ୍ଲର୍କ ଶିବ ପ୍ରସାଦ ଗୁରୁ ୨୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅଭିଯୋଗକାରୀ ଫେରାଦ ହେବା ପରେ ଶ୍ରୀ ଗୁରୁ ଓ ଶ୍ରୀ ବିଶିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ କରାଯାଇଛି । ହେଡ୍ କ୍ଲର୍କ ଶ୍ରୀ ଗୁରୁ ଓ ଶ୍ରୀ ବିଶିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ଶିବ ପ୍ରସାଦ ଗୁରୁଙ୍କ ଦୁଇଟି ଠିକଣାରେ ଚଢ଼ାଉ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.