oom

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ୨୪ ଘଣ୍ଟା ନ ପୂରୁଣୁ କାର୍ଯ୍ୟାନୁଷ୍ଠାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ବସୁଧା ଯୋଜନାରୁ ହୋଇଥିବା ପାନୀୟ ଜଳ ଯୋଗାଣରେ ପ୍ରତି ଘରକୁ ଘର କନେକ୍ସନ କରିଥିବା ଦାୟିତ୍ଵ ହାତକୁ ନେଇଥିଲା ଏଲ ଏଣ୍ଡ ଟି କମ୍ପାନୀ । ଅତି ନିମ୍ନ ମାନର କାମ କରିଥିବାରୁ ପ୍ରତି ଗ୍ରାମରେ ପାଇପ୍ ଫାଟି ୯୫ ପ୍ରତିଶତ ପାଣି ରାସ୍ତାରେ ଅପଚୟ ହେଉଛି । ଯାହା ଫଳରେ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ଗତକାଲି ସନ୍ଧ୍ୟାରେ ଗାଇସିଲେଟ ସରପଞ୍ଚ ସଂଘ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରୁଥିବା ସମୟରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲାପାଳ ତତ୍ପରତା ଦେଖାଇ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଫୋନ ଯୋଗେ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ସକାଳ ୯ଟା ସମୟରେ ତୁରନ୍ତ ଅଧିକାରୀମାନେ କୁଲିଆରୀ ଗ୍ରାମରେ ପହଞ୍ଚି ଏହାର ମରାମତି କାମ କରିବା ଆରମ୍ଭ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଗାଇସିଲେଟ ସରପଞ୍ଚ ସଙ୍ଘ ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

jittmm
Leave A Reply

Your email address will not be published.