ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମା’ ତାରାଦେବୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଲାଞ୍ଜିପଲ୍ଲୀର ଅଧିଷ୍ଠାତ୍ରୀ ମା’ ତାରାଦେବୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାରମ୍ପରିକ ବିଧି ଅନୁସାରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ବଡ଼ ଠାକୁରଣୀ ଅବା ଜ୍ୟୋଷ୍ଠା ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପରେ ଲାଞ୍ଜିପଲ୍ଲୀର ଅଧିଷ୍ଠାତ୍ରୀ ମା’ ତାରାଦେବୀଙ୍କ ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରାର ଆୟୋଜନ ଏବଂ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ସ୍ଥାନୀୟ ବୈଦ୍ୟନାଥପୁର ଥାନା କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା କମିଟିର ଅଧିକାରୀ, ଆୟୋଜକଗଣ, ଭଦ୍ରବ୍ୟକ୍ତି, ଗଣ୍ୟମାନ୍ୟ ବ୍ୟକ୍ତି ସକ୍ରୀୟ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.