ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ମାସିକ କବିତା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡା ସମ୍ବର ଉଚ୍ଚ ବିଦ୍ୟାଳୟରେ ଡ. ପ୍ରମୋଦ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କୁଞ୍ଜ ବିହାରୀ ସରାଫ ଓ ପୌଲସ୍ତ୍ୟ ସାହା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ତା’ପରେ ପ୍ରବୃଦ୍ଧ କବି ମହେଶ୍ୱର ସାହୁଙ୍କୁ ପ୍ରବୃଦ୍ଧ କବି ସମ୍ମାନରେ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ତା’ପରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ ବହୁ ଭାଷୀ କବିତା ପାଠ ହୋଇଥିଲା । ଏଥିରେ ପ୍ରମୋଦ ପାଢ଼ୀ ମହେଶ୍ୱର ସାହୁ, ଟିକନୁ ସାହୁ, ପ୍ରଶାନ୍ତ ସାହୁ, ପରମେଶ୍ୱର ବିଶି, ସୁରେନ୍ଦ୍ର ମେହେର, ଶେଷଦେବ ମେହେର, କିଶୋର ପାତ୍ର, କୁଞ୍ଜବିହାରୀ ସରାଫ, ଡ. ଅବନୀ କାନ୍ତ ସାହୁ ପ୍ରମୁଖ କବି କବିତା ପାଠ କରିଥିଲେ । ଅଧ୍ୟାପକ ସନ୍ତୋଷ ସିଂହ ଠାକୁର କବିତା ଗୁଡିକୁ ସମୀକ୍ଷା କରିଥିବା ବେଳେ ଅଧ୍ୟାପକ ବିଦ୍ୟାଧର ଦାଶ ମଧ୍ୟ କବିତା ପଢିଥିଲେ । ଶେଷରେ ସଂଯୋଜକ ପୌଲସ୍ତ୍ୟ ସାହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!