csstore

ଶୋଇଛି ବଲାଙ୍ଗିର ପୁଲିସ, ଚେଇଁଛି ଚୋର : ପେଲେସ ଲାଇନରୁ ୧୦ରୁ ୧୧ ଭରି ସୁନା ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚୋରି, ରାହାଜାନୀ, ଡକାୟତି ଭଳି ମାମଲା ପ୍ରତିଦିନ ଘଟୁଥିବା ବେଳେ କୌଣସି ଏକ କାମରେ ବଲାଙ୍ଗିର ସହରରେ ରହୁଥିବା ପେଲେସ ଲାଇନ ନିକଟ ଏମ୍ସ ସ୍କୁଲ ସାମ୍ନା ଗଳିରେ ରହୁଥିବା ଡା. ଉଚ୍ଛବ ରଣା ନିଜ ଗାଁ କୁମ୍ଭାରୀକୁ ଯାଇଥିବା ସମୟରେ ତାଙ୍କ ଘରୁ ଗତ ରାତିରେ ୧୦ରୁ ୧୧ ଭରି ସୁନା ଓ ୬୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଚୋରମାନେ । ତେବେ ଏହାକୁ ନେଇ ଡା. ଶ୍ରୀ ରଣା ଟାଉନ ଥାନାରେ ଅଭିଯୋଗ କରିବା ସହ ଉଚିତ୍‌ ତଦନ୍ତ ପାଇଁ ଦାବୀ କରିଛନ୍ତି । ଘଟଣା ସ୍ଥଳରେ ବଲାଙ୍ଗିର ଟାଉନ ପୁଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି । ତେବେ ସହରରେ ବଢ଼ୁଥିବା ଚୋରିକୁ ନେଇ ସାରା ବଲାଙ୍ଗିରବାସୀଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳୁଛି- ଶୋଇଛି ବଲାଙ୍ଗିର ପୁଲିସ, ଚେଇଁଛି ଚୋର ।

jayashree
Leave A Reply

Your email address will not be published.