csstore

ଛତ୍ରପୁରରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ (ସତ୍ୟମ) ନୃତ୍ୟ କଳାକେନ୍ଦ୍ର ଛତ୍ରପୁର ଆଇ.ଆର୍‌.ଇ. ଜଙ୍କସନ ପକ୍ଷରୁ ପବିତ୍ର ବୈଶାଖମାସ ଶୁକ୍ଳ ପକ୍ଷ ତିଥିରେ ଠାକୁରଙ୍କ ଚନ୍ଦନଯାତ୍ରା, ଭଉଁରୀଖେଳ, ଚାପଖେଳ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ପବିତ୍ର ନୃସିଂହ ଚତୃର୍ଦ୍ଦଶୀରେ ଠାକୁରଙ୍କ ଜନ୍ମଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଗ୍ନିମଶାଲ ଧରି କୋହଲା ନୃତ୍ୟରେ ଦାସୁଡୁ ଓ ଭକ୍ତମାନେ ନୃସିଂହ ଠାକୁରଙ୍କ ପ୍ରତି ଭକ୍ତିଭାବାପନ୍ନରେ ଆବଦ୍ଧ ହୋଇ ଆନନ୍ଦରେ ନାଚି ଉଠିଥିଲେ । ଠାକୁରଙ୍କ ହରିନାମ ସଂକୀର୍ତ୍ତନ ଓ ବିଭିନ୍ନ ଭକ୍ତିବାଦର ପ୍ରଚାର ପ୍ରାୟତଃ ଆଉ ସପ୍ତାହ ଧରି ସରଗରମ ହୋଇ ଉଠିବ । ବଡ଼ଦାସୁଡୁ ଆର.ସତ୍ୟମ ରେଡ୍ଡୀଙ୍କ ନେତ୍ତୃତ୍ୱରେ ନୃସିଂହ ଠାକୁରଙ୍କ ଏହି ପ୍ରତିବର୍ଷ ପୂଜାସମ୍ଭାର ପରିଚାଳିତ ହୋଇ ଆସୁଅଛି । ଚନ୍ଦନଯାତ୍ରାଠାରୁ ବୈଶାଖ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଛତ୍ରପୁର, ବ୍ରହ୍ମପୁରରୁ ଅନେକ ଭକ୍ତ ଆନ୍ଧ୍ରପ୍ରଦେଶର ସିଂହାଚଳମକ୍ଷେତ୍ର ପରିଦର୍ଶନ କରି ମାନସିକଧାରୀମାନେ ନିଜ ନିଜର ପରିବାର ସମୂହ ମୁଣ୍ଡନ ହୋଇ ଆସିଥାନ୍ତି । ଅଧିକାଂଶ ଦକ୍ଷିଣପଟର ଲୋକେ ନୃସିଂହ ଠାକୁରଙ୍କ ଏହି ଭକ୍ତିବାଦର ପ୍ରଚାର ମହିମାରେ ଦୀକ୍ଷିତ ହୋଇ ଏହି ବୈଷ୍ଣବ ଧର୍ମରେ ଅନେକ ଭକ୍ତଗଣ ବ୍ରତୀ ହୋଇଥିବା ଦେଖାଯାଏ ।

jayashree
Leave A Reply

Your email address will not be published.