ନକଲି ସାର୍ଟିଫିକେଟ କାରବାରର ଖୋଲତାଡ କରିବା ପାଇଁ ପୁଣି ଥରେ ବଲାଙ୍ଗିର ଫେରିଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ କାରବାରର ଖୋଲତାଡ ପାଇଁ ପୁଣି ଥରେ ବଲାଙ୍ଗିର ଆସିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଗତ ଅପ୍ରେଲ ୧ ତାରିଖରେ ନକଲି ସାର୍ଟିଫିକେଟର ଖୋଲତାଡ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗିର ୧୫ ଦିନ ଧରି ଖୋଲତାଡ କରିଥିଲେ । ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଏବଂ ଆଲୋକ ଉଦ୍‌ଗାତାଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲେ ଏବଂ କିଛି ବ୍ୟକ୍ତିଙ୍କୁ ନୋଟିସ୍‌ ଦେଇ ଛାଡି ଦେଇଥିଲେ । କାହାରିକୁ ଗିରଫ କରି ନଥିଲେ । ୧୫ ଦିନ ପର୍ଯ୍ୟନ୍ତ ତଦନ୍ତ ପରେ ବଲାଙ୍ଗିର ଛାଡିଥିଲେ କ୍ରାଇମ୍‌ବ୍ରାଞ୍ଚ । ଗତକାଲି ପୁଣି ଥରେ ବଲାଙ୍ଗିର ଫେରିଛନ୍ତି କ୍ରାଇମ୍‌ବ୍ରାଞ୍ଚ । ସହର ଭିତରେ ପଇଁନ୍ତରା ମାରୁଛି କ୍ରାଇମ୍‌ବ୍ରାଞ୍ଚ । ତେବେ ଏଥର କିଛି ଅଭିଯୁକ୍ତଙ୍କୁ କାଇମ୍‌ବ୍ରାଞ୍ଚ ଗିରଫ କରି ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.