ଜମିବାଡି ମାପକୁ ନେଇ ବୃଦ୍ଧଙ୍କୁ ଧମକ୍‌ ଦେଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡାରେ ଜମିମାପକୁ ନେଇ ବୃଦ୍ଧଙ୍କୁ ଧମକ୍‌ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଜଣକ । ସୂଚନା ଅନୁସାରେ ଜମିମାପକୁ ନେଇ ତାଙ୍କ ପଡୋଶୀ ବୃଦ୍ଧଙ୍କ ସହ ଝଗଡା କରିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ହେଲେ କୌଣସି ସୁଫଳ ମିଳୁନି ବୋଲି ସେ କହିଛନ୍ତି । ତେଣୁ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.