csstore

କପିଲାଭଟାରେ ଡିଜିଟାଲ ଟ୍ରାଞ୍ଜେକ୍ସନ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆଜି ଡିଜିଟାଲ ଟ୍ରାଞ୍ଜେକ୍ସନ ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶିବିରରେ ଓଡିଶା ଜୀବିକା ମିଶନ ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ସତ୍ୟପ୍ରିୟ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଂଚାୟତ ସରପଂଚ ତୁଲସେ ଭୋଇ, ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶିବ ମେହେର, ମିଶନ ଶକ୍ତି ବଙ୍ଗୋମୁଣ୍ଡା ବ୍ଲକ ପ୍ରକଳ୍ପ ସଂଯୋଜକ ଘଣ୍ଟଦେବ ପ୍ରସାଦ ନାଗ, ଏମ୍‌ବିକେ ଭୂଜଙ୍ଗିନୀ ହଂସ, ବ୍ୟାଙ୍କ ମିତ୍ର ଜେମାମଣୀ ପୁଞ୍ଜି, ବିଶିସଖୀ ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ କେମିତି ଡିଜିଟାଲ ଟ୍ରାଞ୍ଜେକ୍ସନରେ ତାଙ୍କର ଆର୍ଥିକ ଲେଣ ଦେଣ କରି ପାରିବେ ତାହା ଉପରେ ଆଲୋକପାତ କରିଥିଲେ । ସମସ୍ତ ଗୋଷ୍ଠୀ ସହାୟିକା ଓ ଗ୍ରାମ ପଂଚାୟତର ସମସ୍ତ ସ୍ୱଂୟ ସହାୟକ ସଭ୍ୟା ମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.