csstore

ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଆଜି ସ୍ଥାନୀୟ ସଂଘ କାର୍ଯ୍ୟାଳୟଠାରେ ସଭାପତି ପବିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାବିତ୍‌ ମନୋରଞ୍ଜନ ସାହୁ (ସାଧାରଣ ସମ୍ପାଦକ ବଲାଙ୍ଗିର ନାଗରିକ କମିଟି) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅମରିଶ ମିଶ୍ର (ଉପଦେଷ୍ଟା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ), ଯୁଗ୍ମ ସଂପାଦକ ସମ୍ବିତ ପଣ୍ଡା, ଡିଭିଜନ ସଂପାଦକ ଉଦ୍ଧବ କରନ ଉପସ୍ଥିତ ରହି ଶ୍ରମିକମାନଙ୍କ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ସଂଘର ପ୍ରମୁଖ ସଦସ୍ୟ ରାମକୁମାର ସା, ଅମିୟ ପଶାୟତ, ପ୍ରଶାନ୍ତ ଖଟୁଆ, ଅମିତାଭ ଦାସ, ସନ୍ତୋଷ ସୁଆର, ଶେଷବିନ୍ଦୁ ପ୍ରଧାନ, ମନୋରଞ୍ଜନ ପାଢୀ, ମାଖନୁ ମଟାରୀ, ସୁରେଶ ଭୋଇ, ଅଜିତ କୁମାର ସାହୁ, ଲକ୍ଷ୍ମଣ ବିଶ୍ୱାଲ, ହରିହର ପଧାନ ପ୍ରମୁଖ ଉପସ୍ଥିତ ରହି ସଭାକୁ ସୁଚାରୁ ରୂପେ ତୁଲାଇ ସଫଳ କରିଥିଲେ ।

jayashree
Leave A Reply

Your email address will not be published.