ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ତାଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କୁ ତାଙ୍କର ପେନସନ୍‌ କାଗଜ ପ୍ରଦାନ କରିଥିଲେ । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପାଇକମାଲ ତଥା ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡାମଣି ବାରିକ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦାନ କରି ଶ୍ରୀ ଚୌହାନଙ୍କର କର୍ମକୁଶଳତା ବିଷୟରେ ଆଲୋକପାତ କରିଥିଲେ । ବରଗଡର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ବିଦାୟୀ ଶିକ୍ଷକଙ୍କୁ ମୋମେଣ୍ଟ ଦେଇ ସମ୍ମାନିତ କରିଥିଲେ । ବିଦ୍ୟାଳୟର ପୂର୍ବତନ ଶିକ୍ଷକ ବୃନ୍ଦାବନ ଦାସ, ପ୍ରେମାନନ୍ଦ ବେହେରା ଓ ଚିନ୍ତାମଣି ସାହୁ ଶ୍ରୀ ଚୌହାନଙ୍କର ଗୁଣଗାନ କରିଥିଲେ । ବିଦ୍ୟାଳୟର ପୂର୍ବତନ କର୍ମଚାରୀ ଚୈତନ୍ୟ ବିଶ୍ୱାଳ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସୁରେନ୍ଦ୍ର କୁମାର ଭୋଇ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜ୍ୟୋତ୍ନରାଣୀ ସାହୁ, ଜୀବନାନନ୍ଦ ସାହୁ, ମାନସ ଶତପଥୀ, ପ୍ରଭାତୀ ପଟ୍ଟନାୟକ ଶ୍ରୀ ଚୌହାନଙ୍କ ନିଷ୍ଠାପରତା ବିଷୟରେ ବର୍ଣ୍ଣନା କରିଥିଲେ । ଏହି ଅବସର ଶିକ୍ଷୟିତ୍ରୀ ମମତା ମିଶ୍ରଙ୍କ ରଚିତ ଗୀତକୁ ଛାତ୍ରୀମାନେ ବୋଲି ଥିଲେ । ରବିନା ପଧାନ, ସଂଯୁକ୍ତା ଭୋଇ, ନିଲିମରାଣୀ ମହାନ୍ତି, ଜ୍ୟୋତିରେଖା ମହନନ୍ଦ, ସୁଷମା ଦାସ, ଚକ୍ରଧର ନାୟକ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର, ସୁଶୀଳା ବାଗ ସଭା କାର୍ଯ୍ୟ ସମ୍ପାଦନାରେ ସହାୟତା କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଚୂଡାମଣି ବାରିକଙ୍କର ପ୍ରତ୍ୟକ୍ଷ ଉଦ୍ୟମରେ ଓ ଶିକ୍ଷକ ମାନସ ରଞ୍ଜନ ଶତପଥୀଙ୍କର ଦ୍ୱାରା ବହୁ ଦିନରୁ ପ୍ରକାଶନର ଅପେକ୍ଷାରେ ଥିବା ବିଦ୍ୟାଳୟର ତ୍ରୈମାସିକ ପତ୍ରିକା ପ୍ରୟାସର ଉନ୍ମୋଚନ କରାଯାଇଥିଲା । ତା’ ସହିତ ଏକ ବିଜ୍ଞାନ ପ୍ରାଚୀର ପତ୍ରିକ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅନାବରଣ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ମୀନତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.