oom

ଆଗଲପୁରରେ କରୋନା ସଂକ୍ରମଣ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ କରୋନା ରୋଗ ବ୍ୟାପିବାରେ ଲାଗିଥିବା ଯୋଗୁଁ ଅଂଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ସଚେତନତା ବୈଠକ ହୋଇଥିବା ନେଇ ଇନଚାର୍ଜ ଡ. ବେଣୁଧର ପଧାନ ସୂଚନା ଦେଇଛନ୍ତି । ଉକ୍ତ କେନ୍ଦ୍ର ଅଧିନସ୍ଥ ରୋତ, ଡୁଡୁକା, ସାଲେଭଟା, ନଅଗାଁ (କ) ତଥା ଅନ୍ୟାନ୍ୟ ଉପକେନ୍ଦ୍ର ଓ ବରଗଡ ଜିଲ୍ଲା ଗାଇସିଲେଟ, ବିଜେପୁରର ଲାଉମୁଣ୍ଡା ଅଂଚଳର ଗ୍ରାମଗୁଡିକ ନିର୍ଭର କରୁଥିବାରୁ ଗତ ତିନି ଚାରି ସପ୍ତାହ ମଧ୍ୟରେ ଗାଇସିଲେଟ, ଲାଉମୁଣ୍ଡା ଅଂଚଳରୁ ୪୦ ପ୍ରତିଶତ ଓ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଂଚଳରୁ ୬୦ ପ୍ରତିଶତ କରୋନା ପଜିଟିଭ ବାହାରିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ପ୍ରକାଶ । ଗତ ୨୭ ତାରିଖ ତଥ୍ୟ ଅନୁସାରେ ଏହି ଅଂଚଳରେ ୬ଗୋଟି ପଜିଟିଭ ବାହାରିଥିବା ଓ ସେହି ରୋଗୀ ମାନେ ଘରୋଇ ଚିକିତ୍ସା ହେଉଥିବା ଡା. ପଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ ୨୨ ତାରିଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଖ ଅଂଚଳର ଏକ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର କରୋନା ପଜିଟିଭ ବାହାରିଥିବାରୁ ବୁର୍ଲା ଭୀମସାର ଡାକ୍ତରଖାନାରେ ପ୍ରସବ ପରେ ତାଙ୍କ ମୃତ୍ୟୁ ହୋଇଛି । ଗତ ୨୯/୪/୨୦୨୩ରେ ଜଣେ ମହିଳାଙ୍କ ପଜିଟିଭ ବାହାରିଥିବା ଡା. ପଧାନ ସୂଚନା ଦେଇଛନ୍ତି । ଏଥିସକାଶେ ଇନଚାର୍ଜ ଡ. ପଧାନ ଡାକ୍ତରଖାନାରେ ଏକ ବୈଠକ ଡାକି ଏମ୍‌ଏଚ୍‌ୟୁ, ସିଏଚ୍‌ଓ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ୱାର୍ଡ ମେମ୍ବର, ହେଲଥ ୱାର୍କର, ମାନଙ୍କୁ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ କରି ପ୍ରତି ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରିବା ଦ୍ୱାରା ପ୍ରଭାବ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.