ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଭୁବନେଶ୍ଵର : ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ରେଜଲ୍ଟ । ୯୯.୯୮ ପ୍ରତିଶତ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ସେ ୨୪୩ତମ ରାଙ୍କରେ ଅଛନ୍ତି । ଦେଶବ୍ୟାପୀ ୪୩ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ କେବଳ ତେଲଙ୍ଗାନାର ୧୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି ଯେଉଁମାନେ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ମୋଟ୍ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେସନ-୧ ଏବଂ ସେସନ-୨ରେ ମୋଟ୍ ୧୧ ଲକ୍ଷ ୧୩ ହଜାର ୩୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.