ଦନ୍ତା ଆକ୍ରମଣରେ ଚାଷୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ କୁରୁମଟାଙ୍ଗର ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବିଲକୁ କାମ କରିବାକୁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଏହି ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତକ ଚାଷୀ କୁରୁମ ଟାଙ୍ଗର ଗ୍ରାମର ଶ୍ରୀକାନ୍ତ ପରିଡା ବୋଲି ଜଣାପଡିଛି । ଶ୍ରୀକାନ୍ତ ବିଲକୁ ଯାଉଥିବାବେଳେ ଗାଁ ମୁଣ୍ଡ ପୋଖରୀ ନିକଟରେ ତାଙ୍କୁ ଏକ ଦନ୍ତା ଟେକି କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.