csstore

ତୁଷୁରା ଏନ୍‌ଏସିର କାଉନସିଲର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏସିର ସଭାଗୃହରେ ଶନିବାର କାଉନସିଲର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ସହରକୁ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ଏକ ଟୋଲଫ୍ରି ନମ୍ବର ୮୦୧୮୦୩୨୩୨୩ର ଶୁଭାରମ୍ଭ କରିଥିଲେ । ଏହି ବୈଠକରେ ଏନ୍‌ଏସିର ଉପାଧ୍ୟକ୍ଷା ମାମି ଦାଶ, ବିଧାୟିକା ପ୍ରତିନିଧି ନିରୋଦ ନାଗ, ସାଂସଦ ପ୍ରତିନିଧି ଦୀପକ ଅଗ୍ରୱାଲ, କାଉନସିଲର ସୁଷମା ସାହୁ, ଚିନ୍ତାମଣୀ ବାଗ, ଗୀତାଞ୍ଜଳି ଦର୍ଜୀ, ମିଥୁନ ସାହୁ, ମିତାଳି ସାହୁ, ରିତା ପ୍ରଧାନ, ବବିତା ସାହୁ, ସବିତା ନାଗ, ଧିରେନ୍ଦ୍ର ମହାନନ୍ଦ, ସର୍ବଶ୍ୱରୀ ଭୋଇ ଓ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.