ପୋଖରୀରେ ବୁଡି ନାବାଳକ ମୃତ

ଭଞ୍ଜନଗର : ପୋଖରୀରେ ବୁଡି ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଇଲାକାର ହରିଗଡ ଗ୍ରାମରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ପ୍ରକାରେ କୁପାଟି ଗ୍ରାମର ପାଣୁ କଟାରୀଙ୍କ ପୁଅ ଭଗବାନ କଟାରୀ(୧୨) ନିଜ ସଂପର୍କୀୟ ବଡବାପା ରଙ୍କ ନାୟକଙ୍କ ଘରକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସପରିବାର ହରିଗଡ ଆସିଥିଲେ । ଶନିବାର ସକାଳ ୯ଟାରେ ସେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଅସାବଧାନତା କାରଣରୁ ପୋଖରୀ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକମାନେ ତାଙ୍କୁ ଖୋଜାଖୋଜି କରିବା ସହ ଶେଷରେ ପୋଖରୀ ପାଣିରୁ ଉଦ୍ଧାର କରି ତୁରନ୍ତ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏସଂପର୍କରେ ସୂଚନା ପାଇ ଗାଲେରୀ ଫାଣ୍ଡି ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିବା ବେଳେ ଏଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତାରାସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.