ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଧୁବାବୁ ଜୟନ୍ତୀ, ଲୟର ଡେ’, ସ୍ୱାଭିମାନ ଦିବସ, ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଭା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୁଶ୍ରୀ ନିର୍ଦଶନୀ ରଥ, ପବ୍ଲିକ ପ୍ରେସିକ୍ୟୁଟର, କଳାହାଣ୍ଡି, ଆଇନ ସେବା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଆଇନଜୀବୀ ସତ୍ୟ ପ୍ରକାଶ ମିଶ୍ର ମଧୁବାବୁଙ୍କ ଜୀବନୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଲଜ୍ଜପତ୍‌ରାୟ ଆଇନ ମହା ବିଦ୍ୟାଳୟର ପ୍ରଧ୍ୟାପକ ଅଙ୍କିତ ସୌରଭ ସାହୁ ମୁଖ୍ୟବକ୍ତା ରୂପେ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଆଇନ ମହାବିଦ୍ୟାଳର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଆଇନ ବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ମନିନ୍ଦ୍ର ସିଂହ ହଂସପାଲ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଟେକ୍‌ନିକାଲ ସେକ୍‌ସନ ଆରମ୍ଭ ହୋଇଥିଲା । ଟେକ୍‌ନିକାଲ ସେକ୍‌ସନକୁ ନବୀନ କୁମାର ରଣା, ଆଇନଜୀବୀ, କିଶୋର କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ବିଷୟକୁ ସହକାରୀ ପ୍ରଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ ତଦାରଖ କରିଥିଲେ । ଉକ୍ତ ସଭାରେ ବରିଷ୍ଠ ଆଇନଜୀବୀ ଓ ପରିଚାଳନା କମିଟିର ସଭାପତି ଅମରେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.