csstore

ପଦ୍ମପୁର ଓକିଲ ସଂଘର ଆଇନଜୀବୀ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଓକିଲ ସଂଘର ସଭାଗୃହରେ ମଧୁବାବୁ ଜନ୍ମ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳନ ହୋଇଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ସହିତ ମଧୁବାବୁଙ୍କ ଫଟୋରେ ବିଚାରପତିମାନେ ଏବଂ ଓକିଲ ସଂଘର ସମସ୍ତ ସଦସ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାପରେ ଓକିଲ ସଂଘର ସଭାପତି ସନ୍ତୋଷ କୁମାର ଶତପଥୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅରବିନ୍ଦ ରଥ, ସବ୍ ଜଜ୍ ଦେବାଶିଷ ଦାଶ, ଏସ୍‌ଡିଜେଏମ୍ ପ୍ରଜ୍ଞା ଲଲିତ ମିଶ୍ର, ସଂଘର ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ପୂର୍ବତନ ସଭାପତି ଉମେଶ୍ ଚନ୍ଦ୍ର ସାହୁ ପ୍ରମୁଖ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ସଂଘର ବରିଷ୍ଠ ସଦସ୍ୟ ଆନନ୍ଦ କୁମାର ପଣ୍ଡା, କିଶୋର କୁମାର ମେହେର, ଯୋଗେନ୍ଦ୍ର କୁମାର ଭୋଇ, ବିଭୂତି ଭୂଷଣ ଦାଶ, ଦିଲ୍ଲୀପ ପ୍ରଧାନ, ପ୍ରଦୀପ କୁମାର ଯୋଷୀ, ହିତେନ୍ଦ୍ରୀୟ ବାରିକ, ଅଜିତ୍ କୁମାର ଶତପଥୀ, ପ୍ରଶାନ୍ତ କୁମାର ମାଝି, ସୁଶୀଲ ପ୍ରଧାନ ପ୍ରମୁଖଙ୍କ ସହିତ ସଂଘର ବହୁ ସଦସ୍ୟ ଯୋଗଦାନ କରିଥିଲେ । ଶେଷରେ ଓକିଲ ସଂଘର ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିବା ସହ ସଭା ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.