ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା -୨୦୨୩ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା -୨୦୨୩ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଦ୍ୱାଦଶ ପଧାନ ସଂକୁଳ ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଆମର ଭୂମିକା ଭାରତୀୟ ସଂସ୍କୃତି ଓ ସମାଜର ମଙ୍ଗଳ ଉପରେ ମାର୍ଗଦର୍ଶନ କରିଥିଲେ । ଉକ୍ତ ସମାରୋହ ଉତ୍ସବରେ ସଂକୁଳ ସଂଯୋଜକ ଯୁବରାଜ ପଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଓ କାର୍ଯ୍ୟଶାଳାର ବୃତ୍ତ କଥନ କରିଥିଲେ । ଲୋକନାଥ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟଶାଳାର ପର୍ଯ୍ୟବେକ୍ଷଣ କରି ସମୟାନୁବର୍ତ୍ତିତା, ପୂର୍ବ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ଗୁରୁଜୀ ଗୁରୁମାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନ୍ୟତମ ଅତିଥି ଭାବରେ ଜନକଲାଲ ମେହେର ସମ୍ପାଦକ ଯୋଗଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମପୁର ସଂକୁଳରୁ ୧୨୮ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ୨୨ ଜଣ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ଶିଶୁମାନଙ୍କ ଉନ୍ନତି ପାଇଁ ନିଜର ଦକ୍ଷତା ବିକାଶ କରିଥିଲେ । ମୀନତି ପଟ୍ଟନାୟକ ଗୁରୁମା ସମାରୋହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.