oom

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ୍‌ଜ୍ୟୁକୁଟିଭ୍‌ ବଡି ମିଟିଙ୍ଗ ସିଦ୍ଧଶଙ୍କର ଆଇରନ ଷ୍ଟୋର ଶାନ୍ତିପଡାଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସାଧରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପୂର୍ବ ବୈଠକର ବିବରଣୀ ପଠନ କରି ସଭାରେ ଆଲୋଚିତ ହେବାକୁ ଥିବା ଏଜେଣ୍ଡା ଉତ୍‌ଥାପିତ କରିଥିଲେ । ସମସ୍ତ ବିଷୟ ଗୋଟି ଗୋଟି କରି ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ବିଷୟ ଥିଲା ଆସନ୍ତା ଜୁନ ୨୬ ତାରିଖରେ ହେବାକୁ ଥିବା ସାଧାରଣ ସଭା ଓ ପ୍ରତିଷ୍ଠା ଦିବସ ପାଇଁ ବିଭିନ୍ନ ବ୍ୟବସ୍ଥା, ସ୍ଥାନ ଓ ଅତିଥି ନିମନ୍ତ୍ରଣ ଇତ୍ୟାଦି । ପ୍ରବଚନ କାର୍ଯ୍ୟକ୍ରମ ପାଇଁ ପ୍ରବଚକ, ସ୍ଥାନ ଓ ଅର୍ଥ ବ୍ୟବସ୍ଥା ଇତ୍ୟାଦି ନିମନ୍ତେ ଧନଞ୍ଜୟ ମିଶ୍ର, ଡ. ପ୍ରମୋଦ ମିଶ୍ର ଓ ମଲିଆ ଗଡୁଆଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଅସୁସ୍ଥ ଓ ଦୁର୍ଘଟଣାରେ ପୀଡିତ ସଭ୍ୟମାନଙ୍କ ଘରକୁ ଯାଇ ତାଙ୍କ ଅବସ୍ଥା ବୁଝିବା ଓ ତାଙ୍କୁ ସହାନୁଭୂତି ପ୍ରଦାନ କରିବା ନିମନ୍ତେ ସଂଗଠନର ସମ୍ପାଦକ ବିନୟ କୁମାର ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ସେ ଅନ୍ୟମାନଙ୍କୁ ଡାକି ଅସୁସ୍ଥ ବ୍ୟକ୍ତି ମାନଙ୍କ ପାଖକୁ ଯିବେ ବୋଲି ନିଷ୍ପତ୍ତି ନିଆଗଲା । ତା’ପରେ ସଭ୍ୟ ପରିଚୟ ପୁସ୍ତିକା ବିଷୟରେ ପୂର୍ବ ବୈଠକର ଆଲୋଚନା ଅନୁସାରେ ଉପସ୍ଥାପିତ ହେଲା । ପୂର୍ବ ସାଧାରଣ ପରିଷଦ ବୈଠକରେ ପୀତବାସ ପଣ୍ଡା, ମଲିଆ ଗଡୁଆ ଓ ଗଣେଶ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେଣୁ ତାଙ୍କୁ ଏକ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରିବାକୁ ଅନୁରୋଧ କରାଗଲା । ଏ ସମସ୍ତ ବିଷୟର ଆଲୋଚନାରେ ଇଂ. ପ୍ରଫୁଲ୍ଲ କୁମାର ସାହୁ, ଉପସଭାପତି ଧନଞ୍ଜୟ ମିଶ୍ର, ମଲିଆ ଗଡୁଆ, ଡ. ପ୍ରମୋଦ ମିଶ୍ର, କପିଳେଶ୍ୱର ଖମାରୀ, ବିନୟ କୁମାର ମିଶ୍ର, ବାସୁଦେବ ମେହେର, ଇଂ. ହରେକୃଷ୍ଣ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ପୁରୁଷୋତ୍ତମ ପଣ୍ଡା, ପୀତବାସ ପଣ୍ଡା ଓ ବୃଷକେତୁ ସାହୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ କପିଳେଶ୍ୱର ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ମନୋରଞ୍ଜନ ମିଶ୍ର ସଭାକୁ ସମାପ୍ତ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.