ଝରକା ଭାଙ୍ଗି ଲୁଟି ନେଲେ ୫ ଭରି ସୁନା ସହ ୩୦ ହଜାର ଟଙ୍କା : ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ଗାଁରେ ବୁଧବାର ରାତିରେ ବାସୁଦେବ ପଧାନଙ୍କ ଘରର ଝରକା ଭାଙ୍ଗି ପ୍ରାୟ ୫ ଭରି ସୁନା ଓ ୩୦ ହଜାର ୨ଶହ ଟଙ୍କା ଚୋରି ହୋଇଥିବା ଦେଓଗାଁ ଥାନାରେ ଗୁରୁବାର ଦିନ ଅଭିଯୋଗ ହୋଇଛି । ଗାଁର ଲୋକମାନେ କହିବା ଅନୁସାରେ ଚୋରମାନେ ପୂର୍ବ ଯୋଜନା କରି ଚୋରି କରିଥିବା ‌ଅନୁମାନ କରାଯାଉଛି । ଦେଓଗାଁ ଥାନାରେ ଚୋରି ଅଭିଯୋଗ ପାଇବା ପରେ ଦେଓଗାଁ ଥାନା କେସ ନମ୍ବର ୮୩/୨୦୨୩ରେ ମାମଲା ରୁଜୁ କରିବା ପରେ ସନ୍ଧାନୀ କୁକୁର ଏବଂ ଫୋରେନ୍ସିକ ଦଳ ଆଣି ତଦନ୍ତ ଆରମ୍ଭ କରାଯାଇଛି । ଦେଓଗାଁ ଥାନାର ଏଏସଆଇ ଜଗଜୀବନ ସା’ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.