![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଆଜି ୪୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୬ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୨୦୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୧, ବାଲେଶ୍ୱରରୁ ୧୯, ବରଗଡ଼ରୁ ୩୦, ଭଦ୍ରକରୁ ୨, ବଲାଙ୍ଗିରରୁ ୭, ବୌଦ୍ଧରୁ ୩, କଟକରୁ ୩୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୩, ଗଂଜାମରୁ ୭, ଜଗତ୍ସିଂହପୁରରୁ ୧୯, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୧୭, କେଉଁଝରରୁ ୧୩, ଖୋର୍ଦ୍ଧାରୁ ୫୧, କୋରାପୁଟରୁ ୧୦, ମାଲକାନଗିରିରୁ ୮, ମୟୁରଭଂଜରୁ ୩୬, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୪, ନୂଆପଡ଼ାରୁ ୧୪, ପୁରୀରୁ ୩୧, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୪, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ ପୁଲ୍ରୁ ୧୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୫୦୪୬ ଜଣ ଏକ୍ଟିଭ୍ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।