ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜେଲ ଫେରନ୍ତା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପ୍ରଦେଶ ସଂଗଠନ ପକ୍ଷରୁ ଫେବୃଆରୀ ୨୮ ତାରିଖ ଓଡ଼ିଶା ବିଧାନସଭା ଘେରାଉ କରାଯାଇଥିଲା । ଏଥିରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗ କରି ଯୁବମୋର୍ଚ୍ଚା ପ୍ରଦେଶ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ସହ ୨୨ଜଣ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ ହାଜତରେ ରଖାଯାଇଥିଲା । ହାଇକୋର୍ଟରୁ ଜାମିନ ମିଳିବା ପରେ ଦୀର୍ଘ ୫୪ଦିନ ହାଜତରେ ରହି ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାର ଏବଂ ଜିଲ୍ଲା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ ଆଜି ନିଜ ଜନ୍ମ ମାଟି ପଦ୍ମପୁର ପହଞ୍ଚି ଥିଲେ । ଭେଉଁରିଆ ଛକଠାରେ ବିଜେପିର ଶହ ଶହ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଉଭୟଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀକୁ ପ୍ରୀତେଶ ବହିଦାର ସମ୍ବୋଧିତ କରି କହିଥିଲେ ଯେ, ଯୁବମୋର୍ଚ୍ଚା ପକ୍ଷରୁ ଶୃଙ୍ଖଳିତ କାର୍ଯ୍ୟକ୍ରମ ଥିଲା । ଏହାକୁ ଭଣ୍ଡୁର କରିବା ପାଇଁ ବିଜେଡି ତା’ର ଯୁବ କାର୍ଯ୍ୟକର୍ତ୍ତାମାନଙ୍କୁ ଲଗାଇ ଆକ୍ରମଣ କଲା । ମାତ୍ର ସରକାରଙ୍କ ଇଙ୍ଗିତରେ ପୋଲିସ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣି ଜେଲ ହାଜତକୁ ପଠାଇ ସ୍ବର ଚାପି ଦେବାକୁ ଉଦ୍ୟମ କଲା । ସରକାରଙ୍କ ଏ ହୀନ ଉଦ୍ୟମରେ ଯୁବମୋର୍ଚ୍ଚା ଦବି ଯିବ ନାହଁ ବରଂ ନାରୀ ନିର୍ୟାତନା, ବେକାରୀ ସମସ୍ୟା, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଭଳି ଦେଖା ଦେଇଥିବା ବିଭିନ୍ନ ସମସ୍ୟା ପାଇଁ ଆଗାମୀ ଦିନରେ ଯୁବମୋର୍ଚ୍ଚା ଦୁର୍ବାର ଆନ୍ଦୋଳନ କରିବ ବୋଲି କହିଛନ୍ତି । ଏଥିରେ ସରୋଜ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ସୁନିଲ ଅଗ୍ରୱାଲ, ଅଶୋକ ମିଶ୍ର, ନିରାକାର ବରିହା, ଦିବ୍ୟ ପ୍ରଧାନ, କେତନ ମେହେର, ସରସ୍ଵତୀ ସାହୁ, ଜ୍ୟୋତ୍ସ୍ନା କର, ହରି ସିଂ, ଆଦିତ୍ୟ ରଥ, ସୁବାସ ପାତ୍ର, ସରୋଜ ମିଶ୍ର, ମୁରଲୀ ସାହୁ, ମନ୍ତର ସେଠ୍, ଦିନେଶ ସେଠ୍, ସୁନିଲ ବେହେରା, ଆରେତ ସେଠ୍, ଭରତ ମେହେର, ରୋଶନ ପାଣିଗ୍ରାହୀ, ମଣ୍ଟୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, ଅମିତ୍ ଗର୍ଗ, ନବ କଣ୍ଟା, ଦୀନେଶ ବାରିକ, ରମଣୀ ହୋତା, ନୀତେଶ ବାଗ, ୱାରିଶ ଖାଁ, ରଜିନ ମାରହି, ସୁମନ୍ତ ପାଣିଗ୍ରାହୀ, ନୀଳାଞ୍ଚଳ ଦରଉଆନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.