oom

ଆରଏସପି ଅଧୀନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ନିମନ୍ତେ ଜୋର୍‌ଦାର୍‌ ଆନ୍ଦୋଳନ ପାଇଁ ସିଆଇଟିୟୁର ଆହ୍ୱାନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଅଧୀନରେ ବିଭିନ୍ନ ବିଭାଗର କାର୍ଯ୍ୟରତ ଶହ ଶହ ଠିକା ଶ୍ରମିକଙ୍କୁ ଦୀର୍ଘ ଦିନ ଧରି ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନର ସଭାପତି ବିଷ୍ଣୁ ମହାନ୍ତି । ଗତକାଲି ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନ (ସିଆଇଟିୟୁ)ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସେକ୍ଟର ୧୬ ସ୍ଥିତ ଶ୍ରମିକ ଭବନଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରି ଇସ୍ପାତ କାରଖାନାର ଠିକା ଶ୍ରମିକମାନେ ଏହି ଶୋଷଣ, ଅତ୍ୟାଚାର ବିରୁଦ୍ଧରେ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ । ଆରଏସପି ଅଧୀନରେ ଆଜି ଦିନରେ ପ୍ରାୟ ୨୦ ହଜାର ଶ୍ରମିକ କାମ କରୁଥିବା ବେଳେ ସ୍ଥାୟୀ ଶ୍ରମିକ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇ ୧୧ ହଜାରରେ ପହଞ୍ଚିଥିଛି । ସ୍ଥାୟୀ ଶ୍ରମିକଙ୍କ ସ୍ଥାନରେ ଖୁବ୍ କମ୍ ଦରମାରେ ଅତି କୁଶଳୀ, କୁଶଳୀ ଠିକା ଶ୍ରମିକମାନଙ୍କୁ ଶୋଷଣ କରି ଆସୁଛି । ସ୍ଥାୟୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଠିକା ଶ୍ରମିକଙ୍କୁ ପ୍ରଦାନ କରିବାକୁ ସିଆଇଟିୟୁ ଦାବୀ କରିଛି । ଆଗାମୀ ମେ’ ପହିଲା ଆନ୍ତର୍ଜାତିକ ଶ୍ରମିକ ଦିବସକୁ ରାଉରକେଲାରେ ସଫଳ କରିବାକୁ ସେ ଆହ୍ୱାନ କରିଥିଲେ । ବୈଠକରେ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମେରିରାୟ ଶାସନ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବା ସହ ଏକ ଦାବୀପତ୍ର ଉପସ୍ଥାପନ କରାଯିବ ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଶ୍ରୀମନ୍ତ ବେହେରା, ସଂପାଦକ ବି ପି ମହାପାତ୍ର, ରାଜ କିଶୋର ପ୍ରଧାନ, ଅରୁ ଦାସ, ହୃଦୟାନନ୍ଦ ଯାଦବ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ବିନୟ ବେଉରିଆ, ବସନ୍ତ ପାଢ଼ୀ, ବୁବୁନ ମାଇତି, ଜି କେ ନାୟକ, ସାଗର ଛୋଟରାୟ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.