oom

ସଂକ୍ରି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ସଂକ୍ରି ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ପ୍ରଥମ ବାର୍ଷିକ ଷୋହଳ ପହରୀ ନାମଯଜ୍ଞ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂକ୍ରି ଗ୍ରାମର ମନ୍ଦିରପଡ଼ା, ମହାଦେବପଡ଼ା, ହନୁମାନପଡ଼ା, କୁତ୍ରାମଲ, ଘୁଚାପାଲି, ଶୁଆବାହାଲ, ବିଜାଢ଼ୋଲ୍, କଂସର, ବଡ଼ ସାହାଜବାହାଲ, ବୀରସିଂପାଲିର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । କର୍ତ୍ତା ଭାବରେ ହୃଦାନନ୍ଦ ପାଣ୍ଡେ ତାଙ୍କ ସହଧର୍ମିଣୀ ଏବଂ ବିପିନ ବିହାରୀ ପାଣ୍ଡେ ତାଙ୍କ ସହଧର୍ମିଣୀ ଦାୟିତ୍ଵ ତୁଳାଇଥିଲେ । ଏଥିରେ ଆୟୋଜନ କମିଟିର ସଦସ୍ୟ ହେଲେ କିଶୋର ପ୍ରଧାନ, ଗଣେଶ୍ୱର ପଟେଲ, ଦିଗାମ୍ବର ସାହୁ, ଲୋଚନ ପାଣ୍ଡେ, ମୋନାଜ୍ ବିହାରୀ ପାଣ୍ଡେ, ବୈବ ରଣା, ନିରାକାର ବରିହା, ଘନଶ୍ୟାମ ପଟେଲ, ନରେନ୍ଦ୍ର ପଟେଲ, ଅଜିତ ମହାକୁର, ଅକ୍ଷୟ ପାଣ୍ଡେ, ଭାସ୍କର ସାହୁ, କୈଳାସ ସାହୁ, ଫତୋ ସିଂ ନାଏକ, ତିଲେ ପାଣ୍ଡେ, ଉତ୍ତମ ଶବର, ଜୟରାମ ହାତୀ, ଦୁର୍ଯ୍ୟୋଧନ ପାଣ୍ଡେ, ଦିଲ୍ଲୀପ ସାହୁ, କେଶର ପାଣ୍ଡେ, କୃଷ୍ଣଚନ୍ଦ୍ର ହାତୀ, ନରେଶ ରଣା, ଚତୁର୍ଭୁଜ ପାଣ୍ଡେ, ହର୍ଷବର୍ଦ୍ଧନ ବାଗ, ପରମାନନ୍ଦ ବାଗ, ଭକ୍ତୁ ରଣା, ନରେନ୍ଦ୍ର ପଟେଲ, ତ୍ରିଲୋଚନ ପାଣ୍ଡେ ସମସ୍ତ ଗ୍ରାମବାସୀ ସକ୍ରିୟ ଭାବରେ ସାହାଯ୍ୟ ସହଯୋଗ କରିଥିଲେ । ପୁରୋହିତ ଦେବରାଜ ପଣ୍ଡା, ସହଦେବ ଦେବତା, ମଦମ ଦେବତା, ଭଜନ ଦେବତା, ଅଶ୍ୱନି ପୁଝାରୀ ଦାୟିତ୍ଵ ତୁଳାଇଥିଲେ । ଶେଷ ବୈଠକି ସମାବେଶରେ ଯତୀନ୍ଦ୍ର ହାତୀ, ବିରେନ୍ଦ୍ର ସାହୁ, ମହାଦେବ ବେହେରା ଯୋଗ ଦେଇ ନଗର ପରିକ୍ରମା ସହ ଯଜ୍ଞ ସମାପ୍ତି ହୋଇଥିଲା ।

jittmm
Leave A Reply

Your email address will not be published.