ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକମାନଙ୍କୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷିଭିତ୍ତିକ ଦେଶରେ ଅକ୍ଷୟ ତୃତୀୟା କୃଷକର ଏକ ଶ୍ରେଷ୍ଠ ପର୍ବ । ଏହି ଦିନରୁ ଅନ୍ନଦାତା କୃଷି କାର୍ଯ୍ୟ ଆରମ୍ଭ କରେ । ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ତରଫରୁ ଗାଇସିଲାଟ ବ୍ଲକ ଗନିଆଁପାଲି ଗ୍ରାମ ପଂଚାୟତର ମଲମୁଣ୍ଡାଠାରେ ବିଡ଼ିଓ ମନୋଜ କୁମାର ଦେବତା ଗାଇସିଲେଟ ସାମ୍ବାଦିକ ରଜନୀକାନ୍ତ ସାହୁ ଏବଂ ସାମ୍ବାଦିକ ପ୍ରଦୀପ କୁମାର ସାହୁଙ୍କୁ ପ୍ରମାଣପତ୍ର ଦେଇଥିଲେ । ମହାସମାରୋହରେ ଏହି ପର୍ବ ପାଳିତ ହୋଇଛି । ଗାଁର ଏକ ମୁଣ୍ଡରୁ ଆଉ ଏକ ମୁଣ୍ଡକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ମିଳିତ ଶୋଭାଯାତ୍ରା ବାହାରି ବଳଦ ଗାଡିରେ ଧାନ ନେଇ ଦୁଇଜଣ ଭାରୁଆ ଭାରରେ ପୂଜା ସାମଗ୍ରୀ ବୋହି କ୍ଷେତ ପର୍ଯ୍ୟନ୍ତ ଯାଇଥିଲେ । ପ୍ରତ୍ୟେକ ଘର ସମ୍ମୁଖରେ ଝୋଟି କଳସ ଦୀପ ସ୍ଥାପନ କରି ସ୍ୱାଗତ କରିଥିଲେ । ପରେ କ୍ଷେତରେ ମାଟିମାତାଙ୍କୁ ପୂଜନ କରି ମୁଖ୍ୟ ଅତିଥି ଗାଇସିଲାଟ ବିଡିଓ ମନୋଜ କୁମାର ଦେବତା ଓ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଧାନ ବୁଣି ଥିଲେ । ଏହା ପରେ ଜମିରେ ହଳ ଯୋତା ଯାଇଥିଲା । ପରେ ଗାଁରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କୃଷି ଓ କୃଷକ ବିଭିନ୍ନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ସଭାରେ ସାଂସଦ ପ୍ରତିନିଧି ପ୍ରବୀଣ କୁମାର ପାଣିଗ୍ରାହୀ, ଜିଲ୍ଲା ପରିସଦ ଝରଣା ପାଣିଗ୍ରାହୀ, ସଂଗଠନର ବ୍ଲକ ସଭାପତି ଅରବିନ୍ଦ ପଣ୍ଡା, କୃଷି ଓ ଉଦ୍ୟାନ ବିଭାଗର ବିଭିନ୍ନ ଅଧିକାରୀ ତଥା ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.