ପଦ୍ମପୁର ସହର ଭେଉଁରିଆ ଛକ ଅନ୍ଧାର : ସାଧାରଣରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭେଉଁରିଆ ଛକ ଦୀର୍ଘ ଦିନ ଧରି ଅନ୍ଧାରରେ ରହିଥିଲେ ମଧ୍ୟ ଉକ୍ତ ସ୍ଥାନକୁ ଆଲୋକିକରଣ କରିବା ପାଇଁ କୌଣସି ଉଦ୍ୟମ ହୋଇପାରୁ ନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଦ୍ମପୁର ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ ଭେଉଁରିଆ ଛକର ପୂର୍ବ ଓ ପଶ୍ଚିମ ଦିଗକୁ ନୂଆପଡ଼ା ଓ ବରଗଡ଼ ରାସ୍ତା ସଂଯୋଗ ହେଉଥିବା ବେଳେ ଉତ୍ତର ଓ ଦକ୍ଷିଣ ଦିଗକୁ ପଡୋଶୀ ଛତିଶଗଡ଼ ଓ ପାଟଣାଗଡ ଦିଗକୁ ରାସ୍ତା ସଂଯୋଗ ରହିଛି । ପ୍ରତ୍ୟେକ ଦିନ ଏହି ଛକ ଜନଗହଳିପୂର୍ଣ୍ଣ ରହୁଛି ଓ ସନ୍ଧ୍ୟାରୁ ରାତ୍ରି ତମାମ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଯିବା ଆସିବା ଲାଗିରହିଥାଏ । ହେଲେ ଛକରେ କୌଣସି ଆଲୋକିକରଣ ହେଉନଥିବାରୁ ଅନ୍ଧାର ରହୁଛି ବୋଲି ଅଭିଯୋଗ ହେଉଛି । ସ୍ପଷ୍ଟ ଦେଖା ଯାଉନଥିବାରୁ ଅସାମାଜିକଙ୍କ କାର୍ଯ୍ୟକଳାପ ସମସ୍ୟାର ସମ୍ଭାବନା ରହିଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ପଦ୍ମପୁର ଏନ୍‌ଏସି ଅଧିକାରୀ ଗୁରୁତ୍ୱ ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.