jsm

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ କବି ଜୟଦେବଙ୍କ ଜୟନ୍ତୀ ସମାରୋହ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସଂସ୍କୃତି ପରିଷଦ, ବଲାଙ୍ଗିରର ଆୟୋଜନରେ ଆଜି କୋଶଳ କଳାମଣ୍ଡଳ ସ୍ଥିତ ସଂସ୍କୃତି ଭବନଠାରେ କବି ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବରେ ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ୍‌ ସନାତନ ଠାକୁର ଯୋଗଦେଇ କବି ଜୟଦେବଙ୍କ ସରଳ ଜୀବନ ତଥା କାଳଜୟୀ ଲେଖା ସମ୍ପର୍କରେ ସୁନ୍ଦର ଆଲୋଚନା କରି ଗୀତଗୋବିନ୍ଦ ସମଗ୍ର ବିଶ୍ୱ ସାହିତ୍ୟ ପାଇଁ ଏକ ମହାର୍ଘ ଅବଦାନ ବୋଲି କହିଥିଲେ । ପ୍ରାରମ୍ଭରେ ଜୟଦେବ କଳା ସଂସଦର କଳାକାରମାନେ ଜୟଦେବଙ୍କ ଗୀତଗୋବିନ୍ଦ ଓ ଭଜନ ପରିବେଷଣ କରିଥିଲେ । ସଭା ପରିଚାଳନା କରିଥିଲେ ରତ୍ନମୟ ତ୍ରିପାଠୀ । ପ୍ରାରମ୍ଭରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ।

yuvodaya
Leave A Reply

Your email address will not be published.