jsm

ଚାଷୀମାନଙ୍କ ବିଜୁଳି ବିଲ୍‌ ଛାଡ ପାଇଁ ଜୟ କିଶାନ ଚାଷୀ ସଂଗଠନ ଟାଟା ପାୱାରର କାର୍ଯ୍ୟକଳାପକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟାଟା ପାୱାରର ମନମୂଖୀ କାର୍ଯ୍ୟକଳାପ ବିରୋଧରେ ପାଇକମାଲ ଜୟ କିଶାନ ଚାଷୀ ସଂଗଠନ ତରଫରୁ ଶୁକ୍ରବାର ପାଇକମାଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟା ଘେରାଉ କରି ବସିଥିଲେ । ଏଥିରେ ଚାଷୀ ସଂଗଠନର ସଭାପତି ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାଇକମାଲ ତହସିଲ କାର୍ଯ୍ୟାଳୟ ଘେରାଉରେ ବାଲ କୃଷ୍ଣ ବନଛୋର, ରାହସ ବିହାରୀ ସାହୁ, ବିପିନ ବିହାରୀ ଠାକୁର, ଯୁଧିଷ୍ଟିର ସାହୁ, ହର ବଣିଅ, ସୁଶିଲ ସାହୁ ପ୍ରମୁଖ ଟାଟା ପାୱାର ବିରୋଧରେ ନିଜ ନିଜର ବକ୍ତବ୍ୟ ଦେଇ ଜନସାଧାରଣଙ୍କୁ ଜାଣି ଶୁଣି ନାହିଁ ନ ଥିବା ହଇରାଣ କରୁଛି ବୋଲି କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ୪ ଦଫା ସମ୍ବିଳିତ ଏକ ଦାବୀପତ୍ର ଯଥା କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ୍‌ ସମ୍ପୂର୍ଣ୍ଣ ଛାଡକରା ଯିବା, ବିଜୁଳି କ୍ଷେତ୍ରରେ ଘରୋଇକରଣ ପ୍ରକ୍ରିୟା ବନ୍ଦ କରି ସରକାର ପୂର୍ବ ପରି ନିଜେ ରଖନ୍ତୁ, ଓଡ଼ିଶାର ପ୍ରତ୍ୟେକ ପରିବାରକୁ ୨୦୦ୟୁନିଟ ବିଜୁଳି ମାସକୁ ମାଗଣା ଯୋଗାଇ ଦେବା, ଚାଷୀମାନଙ୍କ ନଳକୂପ ଖନନ ପାଇଁ ପୂର୍ବରୁ ପଇଠ ହୋଇଥିବା ଅର୍ଥରେ ଶୀଘ୍ର ନଳକୂପ ଖନନ କରାଯିବା ନେଇ ପାଇକମାଲ ତହସିଲଦାର ଅକ୍ଷୟ କୁମାର ବାଘଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ରବିନାରାୟଣ ସାହୁ, ବଳରାମ ସାହୁ, ବନମାଳି ଚନ୍ଦନ, ସଚିଦା ନାଗ ପ୍ରମୁଖଙ୍କ ଶହ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ପାଇକମାଲ ତହସିଲଦାର ଶ୍ରୀ ବାଘ କୃଷକମାନଙ୍କ ଠାରୁ ଅଭିଯୋଗ ପତ୍ର ପାଇ ଯଥାଶୀଘ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯିବ ବୋଲି କହିବା ପରେ ଜୟ କିଷାନ ଚାଷୀ ସଂଗଠନ ଘେରାଉରୁ ଉଠିଥିଲା ।

yuvodaya
Leave A Reply

Your email address will not be published.