ରାଜବୋଡାସମ୍ବର ଚିତ୍ର ବାନ୍ଧ ବାନ୍ଧି ଚର୍ଚ୍ଚାରେ ଉତ୍ତର ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧୀନସ୍ଥ ଖଇରପାଲି (ଗୁଠୁର୍ଲା) ଗ୍ରାମର ବାନ୍ଧ ଶିଳ୍ପୀ ଉତ୍ତର ମେହେର ରାଜବୋଡାସମ୍ବର ଚିତ୍ର ବାନ୍ଧ ବାନ୍ଧି ଚର୍ଚ୍ଚାରେ । ଆଗରୁ ବିଜୁ ପଟ୍ଟନାୟକ, ମହାତ୍ମାଗାନ୍ଧୀଙ୍କ ଚିତ୍ରକୁ ବାନ୍ଧରେ ବାନ୍ଧି ଲୁଗା ବୁଣି ଚର୍ଚ୍ଚାରେ ଥିଲେ । ଚଳିତ ବର୍ଷ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ୨୦ ହଜାର ଆର୍ଥିକ ରାଶି ସହିତ ପୁରସ୍କୃତ ହୋଇଛନ୍ତି । ବୋଡାସମ୍ବର ଫଟୋ ବାନ୍ଧରେ ବାନ୍ଧିବା ଦ୍ୱାରା ରାଜବୋଡାସମ୍ବର ଅଚଂଳରେ ଶ୍ରୀ ମେହେରଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି । ରାଜବୋଡାସମ୍ବର ଲୋଗୋ ତିଆରି କରିବାକୁ ୧ ବର୍ଷ ପରିଶ୍ରମ ପରେ ସଫଳତା ମିଳିଥିବା ଉତ୍ତର ମେହେର କହିଛନ୍ତି ।

Leave A Reply

Your email address will not be published.