csstore

ବଲାଙ୍ଗିର ରାମଲୀଳା ନାଟକ ଶେଷ ପର୍ବ : ରାବଣ ବଧ ସହ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ପୁରାତନ ରାମଜୀ ନାଟକ ସଂସ୍ଥା ଦ୍ୱାରା ଦୀର୍ଘ ୧୭ ଦିନ ଧରି ଚାଲି ଆସୁଥିବା ଯାତ୍ରା ଉଦ୍‌ଯାପିତ ହୋଇଯାଇଅଛି । ରାମଲୀଳା ଅନ୍ତିମ ଦିନରେ ରାବଣ ବଧ ସହ ପାରମ୍ପାରିକ ରୀତିରେ ପରିବେଷଣ ହୋଇଥିବା ବେଳେ କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ତରଣୀସେନ ବଧ, ମହିରାବଣ ବଧ ଓ ରାବଣ ବଧ ସହ ଶ୍ରୀ ରାମଚନ୍ଦ୍ରଙ୍କ ଅଭିଷେକ ସହ ଅଯୋଧ୍ୟା ଗମନ କରି ନାଟକ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପିତ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ନଟରାଜ କଳା ପରିଷଦ ଦ୍ୱାରା ନାବକେଳି ନୃତ୍ୟ ପରିବେଷଣ ସହ ବିଭିନ୍ନ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ବାଦ୍ୟରେ ଦିଲିପ କୁମାର ସିଂଦେଓ, ପୀତବାସ ବେହେରା, ପାଳିଆ ବାସୁଦେବ ବେହେରା, ଶୁଶାନ୍ତ ଚେପଦାର, ମହିଳା କଣ୍ଠଶିଳ୍ପୀ ଶ୍ରୀୟା ପଟେଲ, ଶ୍ରୀକାନ୍ତ ଦାଶ, ଜୟପ୍ରକାଶ ପୁଜାରୀ, ସଂଜିବ ସାହାଣି, ସାଜସଜ୍ଜାରେ ରବିଚନ୍ଦ୍ର ନାଏକ ଓ ସାଥୀ, ସାଉଣ୍ଡ ଲାଇଟରେ ସରୋଜ ରାଉତ ଓ ସଖୀ ନରେନ୍ଦ୍ର ନିହାଲ, ଚୈତନ୍ୟ ମଟାରୀ, ହିମାଂଶୁ ଯୋଷୀ, ଦୁଷ୍ମନ୍ତ ପଟେଲ, ଶ୍ରୀତମ ପଟେଲ, କ୍ଷେତ୍ରବାସୀ ବନଛୋର ସହଯୋଗ କରିଥିଲେ । ରାମ ଭୂମିକାରେ ଶୈଳେଶ ବାବୁ, ଲକ୍ଷ୍ମଣରେ ଆନନ୍ଦ ମିଶ୍ର, ସୀତା ଭୂମିକାରେ ମାନସ ସାହୁ, ନାରଦରେ ଚିଦାନନ୍ଦ ବେହେରା, ଭରତରେ ସନାନତ ଦେବତା, ଶତୃଘନ ବେଲାର ସାହୁ, ସଗ୍ରୀବରେ ଜିତେନ୍ଦ୍ର ବଢିଆ, ବିଭୀଷଣରେ ଅରୁଣ କୁମାର ନାଏକ, ହନୁମାନରେ ଘନଶ୍ୟାମ ସାଏ, ଫଟୋ ଉତ୍ତୋଳନରେ ସଂଗ୍ରାମ କେଶରୀ ନାଏକ, ଦୂତ ଓ କୁମ୍ଭକର୍ଣ୍ଣରେ ବିଜୁ ନାଏକ, ଗଙ୍ଗା ଦେବତା, କାଳନୈମିରେ ପ୍ରହଲ୍ଲାଦ ଦର୍ଜୀ, ଇନ୍ଦ୍ରଜିତ ଭୂମିକାରେ ଟୁକୁ ବଢିଆ ପ୍ରମୁଖ ଅଭିନୟ କରିଥିବା ବେଳେ ରାବଣ ଭୂମିକା ରୁଦ୍ରନାରାୟଣ ପଟେଲ ଅଭିନୟ କରିଥିବା ବେଳେ ସଦାଶିବଙ୍କ ରଚିତ ରାମାୟଣ କଣ୍ଠରେ ଗୁରୁ ବାଲମୁକୁନ୍ଦ ବେହେରାଙ୍କ ସଂଯୋଜନାରେ ନାଟକ ମଂଚସ୍ଥ ହୋଇଥିଲା । ଶିଶୁ କଳାକାର ଆଦର୍ଶ ବେହେରା ଓ ଜାଗୃତି ସା ରାଧାକୃଷ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

jayashree
Leave A Reply

Your email address will not be published.