ବିନା ନୋଟିସ୍‌ରେ ଗୁହାଳ ଭାଙ୍ଗିବା ପ୍ରତିବାଦରେ ଯୁବକଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିନା ନୋଟିସ୍‌ରେ ଗୁହାଳ ଭାଙ୍ଗିବା ପ୍ରତିବାଦରେ ଜଣେ ଯୁବକ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯୁବକ ଜଣକ ହେଉଛନ୍ତି ଲୋଇସିଂହା ବ୍ଲକ ଅଧୀନସ୍ଥ ଡୁଙ୍ଗୁରିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଣୀକଟା ଗ୍ରାମ ନିବାସୀ ପଂଚାନନ ପଶାୟତ । ପଂଚାନନ ଅଭିଯୋଗ କରିଛନ୍ତି ଯେ, ଗତ ମାର୍ଚ୍ଚ ମାସ ୩ ତାରିଖ ଦିନ ବିନା ସରକାରୀ ନୋଟିସ୍‌ରେ ନାଏବ ସରପଂଚ ବିଜୁ ପଧାନଙ୍କ ନେତୃତ୍ୱରେ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାମାନେ ଆସି ଦଖଲ ଘରବାରି ଜମିରେ ଥିବା ଗୁହାଳ ଘର ଭାଙ୍ଗି ଦେଇ ଖାଇବା ସାମଗ୍ରୀ ଓ ଜିନିଷ ପତ୍ର ଫୋପାଡି ଦେଇଥିଲେ । ଶ୍ରୀ ପଶାୟତଙ୍କ କହିବାନୁସାରେ ସେମାନଙ୍କ ଅନୁପସ୍ଥିତିରେ ଜେସିବି ଦ୍ୱାରା ଗୁହାଳ ଭଙ୍ଗା ଯାଇ ସଡକ ରାସ୍ତାକୁ ତାର ବାଡ ଦ୍ୱାରା ବନ୍ଦ କରି ଦିଆଯାଇଛି । ସେମାନଙ୍କ ଦଖଲ ଘରବାରି ଜମିକୁ ମଧ୍ୟ ତାରବାଡ ଦ୍ୱାରା ଘେରାଯାଇଛି । ତେବେ ଏହି ଘେରା ଯାଇଥିବା ତାର ବାଡ ତୁରନ୍ତ ହଟାଯିବା ସହ ଭଙ୍ଗା ଯାଇଥିବା ଗୁହାଳ ଘର ପାଇଁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏକ ଗାଈ ଗୁହାଳ ପ୍ରଦାନ କରାଯିବାକୁ ଶ୍ରୀ ପଶାୟତ ଦାବୀ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ, ଶ୍ରୀ ପଶାୟତ ନିଜ ଧାରଣାସ୍ଥଳରେ ତାଙ୍କ ଗୁହାଳର ଗାଇ ଗୋରୁଙ୍କୁ ମଧ୍ୟ ବାନ୍ଧିଥିବା ଦେଖିବାକୁ ମିଳିଛି । ଦାବୀ ପୂରଣ ନ ହେଲେ ଆତ୍ମହୁତି ଦେବାକୁ ଶ୍ରୀ ପଶାୟତ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.