oom

ଓଡିଶାର କୁଶାସନ ବନ୍ଦ କର, ଜନଜୀବନର ଅଧିକାର ନେଇ ବଲାଙ୍ଗିର ଜିଲ୍ଲା ବ୍ୟାପି ପଦଯାତ୍ରା ହେବ : ସିପିଆଇ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକ ମ୍ୟୁନିସିପାଲିଟି ଓ ଏନ୍‌ଏସିର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗ୍ରା.ପ ଓ ୱାର୍ଡ ସ୍ତରର ନେତୃବୃନ୍ଦ ଯୋଗ ଦେଇ ଦରଦାମ ବୃଦ୍ଧି, ଜନଗଣଙ୍କୁ ସାମ୍ପ୍ରଦାୟିକ ବିଭାଜନ, ହିଂସା, ରୋଜଗାର ଛଡାଇ ନେବା ଇତ୍ୟାଦି ବିରୋଧରେ ମେ’ ୧୫ରୁ ୩୧ ମଧ୍ୟରେ ରାଜ୍ୟ ବ୍ୟାପି ପଦଯାତ୍ରା ପାଇଁ ସଂକଳ୍ପ ପାରିତ ହୋଇଅଛି । ସିପିଆଇର ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ସଭାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ଅଭୟ ସାହୁ ଉଦ୍‌ଘାଟନ କରି ବିଜେପିର ସାଂପ୍ରଦାୟିକ ବିଭାଜନବାଦୀ ଉତ୍ତେଜନା, ଦୁର୍ନୀତି, ଭଷ୍ଟାଚାର ବିରୋଧରେ ଓଡିଶାରେ ଦୁର୍ନୀତି ଓ କୁଶାସନ ବନ୍ଦ ପାଇଁ ମେ’ ମାସ ୧୫ରୁ ୩୧ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ, ମ୍ୟୁନସିପାଲିଟି ଓ ଜିଲ୍ଲା ସ୍ତରରେ ପଦଯାତ୍ରାର ଆହ୍ୱାନ ଦେଇଥିଲେ । ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଡାକ୍ତର ପ୍ରଶାନ୍ତ ମିଶ୍ର ବିଜେପି ହଟାଅ, ଭାରତ ବଂଚାଅ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରର ସାର୍ବଭୌମତ୍ୱ ବିରୋଧରେ, ସମ୍ବିଧାନ ବିରୋଧରେ, ଦେଶର ପ୍ରତିରକ୍ଷା, ଅର୍ଥନୀତି ଓ ବିଭିନ୍ନତା ମଧ୍ୟରେ ଥିବା ଏକତା ବିରୋଧରେ ଅହରହ ଷଡଯନ୍ତ୍ର କରି ଚାଲିଥିବାରୁ ଐକ୍ୟବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ସିପିଆଇର ଅନ୍ୟତମ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାଶ, ଚିଟଫଣ୍ଡ ଦୁର୍ନୀତି, ଶିକ୍ଷା ସଂକୋଚନ, ଆଉଟସୋର୍ସିଂ ସମସ୍ୟା, ଦାଦନ ଶ୍ରମିକ ସମସ୍ୟା, କୃଷି ଉତ୍ପାଦନର ଅଭାବ ବିକ୍ରି ସମସ୍ୟା, ସ୍କିମ୍‌ ୱାର୍କରମାନଙ୍କୁ ଶୋଷଣ, ନିର୍ମାଣ ଶ୍ରମିକଙ୍କ ସୁବିଧା କାଟ, ଟାଟା ପାୱାରର ଗ୍ରାହକ ଶୋଷଣ ବିରୋଧରେ କ୍ଷୋଭ ପ୍ରକାଶ କରିବା ସହ ଏହି କୁଶାସନ ବନ୍ଦ ପାଇଁ ବ୍ୟାପନ ଜନ ଆନ୍ଦୋଳନର ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ପ୍ରେମ ବାଗ, ପୂର୍ବତନ ସଂପାଦକ ଗୋପାଳ ଭୋଇ, ଭଏରି ଭୋଏ, ବିଭୁଦତ୍ତ ମିଶ୍ର, ତୀର୍ଥ ପ୍ରଧାନ, ପାଣ୍ଡବ ଭୋଇ, ଅର୍ଜୁନ ଖର୍ସେଲ, ମାଧବୀ କଲତା, ଜଗଦୁ ରଣା, ଗନ୍ଧର୍ବୀ ଲୋହା, ଜଗମୋହନ ମାଝି, ଧନୀ ରଣା, କମଲ ଭୋଇ ପ୍ରମୁଖ ଏହି ପଦଯାତ୍ରାର ସଫଳତା ପାଇଁ ବକ୍ତବ୍ୟ ଦେଇଥିଲେ ।

jittmm
Leave A Reply

Your email address will not be published.