
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଭୀମଭୋଇ ମେଡିକାଲର ମେନ୍ ଗେଟ୍ଠାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ସର୍ଟ୍ସର୍କିଟ୍ ହେବା କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟଯେ, ଗତକାଲି ସର୍ଟ୍ସର୍କିଟ୍ କାରଣରୁ ଭୀମଭୋଇ ମେଡିକାଲର ମେନ୍ ଗେଟ୍ଠାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ଏଥିରେ କାହାର କିଛି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି ।