jsm

ଜମଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଜମଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ପୁରୋହିତଙ୍କ ନେତୃତ୍ୱରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଥାନା ଚାର୍ଜରେ ଥିବା ମନୋଜ ପ୍ରଧାନ ସାଇବର କ୍ରାଇମ୍‌ ଦ୍ୱାରା କିପରି ଲୋକେ ଠକାମିର ଶିକାର ହେଉଥିବା ବିଷୟରେ ଅବଗତ କରାଇବା ସହିତ ଏଥିପ୍ରତି ସତର୍କ ରହିବାକୁ ଓ ଆବଶ୍ୟକ ସ୍ଥଳେ ପୋଲିସର ସହାୟତା ନେବାକୁ କହିଥିଲେ । ପୋଲିସକୁ ସହଯୋଗ କରି ଓ ପୋଲିସ ସହିତ ସୁସମ୍ପର୍କ ରଖି ସମାଜରୁ କ୍ରାଇମ୍‌କୁ କଂଟ୍ରୋଲ କରିବା ପାଇଁ ଏବଂ ପୋଲିସକୁ ସହଯୋଗ କରିବା ପାଇଁ କହିଥିଲେ । ଉକ୍ତ ସଭାରେ ପାତ୍ର ବାବୁ, ଶ୍ରୀମତୀ ଡୁମ ଡୁମ ଓ ଗ୍ରାମର ଭଦ୍ର ବ୍ୟକ୍ତି ନାଏବ ସରପଞ୍ଚ ଗଜାଧର ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ପିଣ୍ଟୁ ବେହେରା, ସାମାଜିକ କର୍ମୀ ରାମ ବାଜପେୟୀ, ଲକ୍ଷ୍ମୀକାନ୍ତ ଭୋଇ, ପଞ୍ଚୁ ମେହେର, ହୀରା ବାରିକ, ବିନୋଦ ବେହେରା, ଭୋଜରାଜ ଭୋଇ, ରବି ଭୋଇ, ସର୍ଜନ ସାହୁ, ସାହେବ ମୁନା, ଗଣେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.