୨ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହର ମୁଖ୍ୟ ଡାକଘର ସମ୍ମୁଖରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିପାରି ନଥିବା ବେଳେ ଜଣେ ମନିଗାଁ ନିବାସୀ ସନ୍ତୋଷ ସାହୁଙ୍କ ପୁଅ ଆକାଶ ସାହୁ ବୋଲି ଜଣାପଡିଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଦୁଇଟିକୁ ଜବତ କରିଛି ।

Leave A Reply

Your email address will not be published.