ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଗର ଧରୁଆଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଗର ଧରୁଆ ୦୯.୦୨.୧୯୫୧ ମସିହାରେ ଲୁଚକିବନ୍ଧ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଗ୍ରାମର ପ୍ରଥମ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସରକାରୀ ଚାକିରିଆ ମଧ୍ୟ । ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି । ଜଣେ ସମାଜ ସଂସ୍କାରକ ଭାବରେ ତାଙ୍କର ଗୋଁଡ ସମାଜ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି । ଶିବତଲା, ଲୁଚକିବନ୍ଧସ୍ଥିତ ହରଗୌରୀ ମନ୍ଦିରର ସଂପାଦକ ଭାବରେ ଦାୟିତ୍ଵ ନିର୍ବାହ କରି ମନ୍ଦିରକୁ ବଲାଙ୍ଗିର ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ସାକାର ରୂପ ଦେବାକୁ ଅନେକ ପଦକ୍ଷେପ ନେଇଥିଲେ । କାଇଁଚ ମିଡ଼ିଆ ପ୍ରସ୍ତୁତ କୋଶଲୀ ସର୍ଟ ଫିଲ୍ମ ‘ଭାବର ତିହାର ନୂଆଁଖାଇ’ରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଗତ ୧୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.