jayashree

ପଦ୍ମପୁରରେ ଧୁମ୍‌ଧାମ୍‌ରେ ହନୁମାନ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ହନୁମାନ ଜନ୍ମୋତ୍ସବ ସମିତି ଏବଂ ବଜରଙ୍ଗ ଦଳ ତରଫରୁ ମହାଆଡମ୍ବରରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମଜୀ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ଲୋକଙ୍କ ଶୋଭା ଯାତ୍ରା ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭା ଯାତ୍ରାରେ ପାଟ ପଟୁଆରାରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଏବଂ ରାମ ଭକ୍ତ ଶ୍ରୀ ହନୁମାନଙ୍କ ସମେତ ବାନର ସେନା ମଧ୍ୟ ବାହାରିଥିଲେ । ଅନ୍ୟପଟେ ଏହି ଶୋଭା ଯାତ୍ରାରେ ପଦ୍ମପୁରର ସମସ୍ତ ସଂଗଠନର ସଦସ୍ୟମାନେ ଯୋଗ ଦେଇଥିବା ବେଳେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଯୋଗ ଦେଇଥିଲେ । ତେବେ ପ୍ରତି ଘର ଅଗଣାରେ ଦୀପ କଳସ ରଖି ମହିଳାମାନେ ସ୍ୱାଗତ କରିଥିଲେ । ମାନ୍ୟତା ଅନୁଯାୟୀ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଶ୍ରୀ ହନୁମାନଙ୍କ ଜନ୍ମ ହୋଇଥିଲା । ଏଣୁ ପଦ୍ମପୁରଠାରେ ପୂର୍ବରୁ ପାଳନ କରି ଆସୁଥିବା ଏହି ହନୁମାନ ଜୟନ୍ତୀକୁ ଏ ବର୍ଷ ବହୁ ଆଡମ୍ବର ସହିତ ପାଳନ ହୋଇଥିବାରୁ ଲୋକେ ବେଶ୍ ଖୁସି ଅନୁଭବ କରିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସମିତି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ, ସରବତ୍‌, ଜଳଖିଆର ବ୍ୟବସ୍ଥା କରାଯାଇଥିବା ବେଳେ ପରିକ୍ରମା ପରେ ଲୋକେ ପ୍ରସାଦ ସେବନ କରିଥିଲେ । ତେବେ ବହୁତ ଶାନ୍ତି ଶୃଙ୍ଖଳା ସହିତ ଏହା ଅନୁଷ୍ଠିତ ହୋଇଥିବାରୁ ସମସ୍ତ ଜନସାଧାରଣ ଏବଂ ପୋଲିସ ପ୍ରଶାସନଙ୍କୁ ସମିତି ପକ୍ଷରୁ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.