csstore

ପରମାନନ୍ଦପୁରରେ ମହାବିଷୁବ ସଂକ୍ରାନ୍ତି ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ମହାବଳି ହନୁମାନ ଜନ୍ମୋତ୍ସବକୁ କେନ୍ଦ୍ର କରି ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମା ଭାବରେ ଆଚାର୍ଯ୍ୟ କୃଷ୍ଣ ଦେବ୍ ଶାସ୍ତ୍ରୀ ଯୋଗ ଦେଇଥିବା ବେଳେ ମୁଖ୍ୟ କର୍ତ୍ତା ଭାବରେ ବସୁଦେବ ସାହୁ ଏବଂ ତାଙ୍କ ପତ୍ନୀ ବିଳାସିନୀ ସାହୁ ଯୋଗ ଦେଇଥିଲେ । ଆଖ ପାଖ ଗ୍ରାମରୁ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇ ଅଞ୍ଚଳର ତଥା ବିଶ୍ଵର ମଙ୍ଗଳ କାମନା କରି ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ । ତେବେ ଏହି ପବିତ୍ର ଉତ୍ସବରେ ଆର୍ଯ୍ୟ ପ୍ରବଚକ କୃଷ୍ଣଦେବ ଶାସ୍ତ୍ରୀ, ଭରତ ଶାସ୍ତ୍ରୀ, ପାଲା ଗାୟକ ନାରାୟଣ ଭୋଇ ଓ ଶିକ୍ଷକ ବିପିନ ନନ୍ଦ ନିଜ ନିଜର ସୁନ୍ଦର ମତାମତ ରଖିଥିଲେ । ବର୍ତ୍ତମାନ ସାମାଜର ସ୍ଥିତିକୁ ଆଖି ଆଗରେ ରଖି ଲୋକମାନଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତା ଚେତନାକୁ ଜାଗ୍ରତ କରିବା ପାଇଁ ହେଲେ ଏଭଳି ସବୁ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ଆହୁରି ଅଧିକ ମାତ୍ରାରେ କରିବା ପାଇଁ ଅନୁରୋଧ କରିଥିଲେ, ଯାହା ଫଳରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ତେବେ ଅନେକ ଦିନରୁ ଏଠାରେ ସଂକ୍ରାନ୍ତି ପାଳନ କରି ଆସୁଥିବାରୁ ଆଗାମୀ ଦିନରେ ଏଠାରେ କୁନି କୁନି ପିଲାମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷ୍ୟା ଦେବା ପାଇଁ ବାବୁଲାଲ ଶାସ୍ତ୍ରୀ ସମିତିକୁ ୧୨ ଡେସିମିଲ୍‌ ଜାଗା ଦାନ କରିଥିଲେ । ଏହି ଅବସରରେ ସୁବ୍ରତ ବେହେରାଙ୍କ ଜନ୍ମଦିନ ମଧ୍ୟ ଏଠାରେ ପାଳନ ହୋଇଥିବାରୁ ଉଭୟ ବାବୁଲାଲ ଶାସ୍ତ୍ରୀ ଓ ସୁବ୍ରତ ବେହେରାଙ୍କୁ ସମସ୍ତେ ତାଙ୍କର ମଙ୍ଗଳ କାମନା କରି ଆଶୀର୍ବାଦ କରିଥିଲେ । ଯଜ୍ଞ କାର୍ଯ୍ୟ ସମ୍ପନ୍ନ ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ପରିଶେଷରେ ସମିତିର ସଭାପତି ଦେବରାଜ ବେହେରା ଏବଂ ସମ୍ପାଦକ ଗାର୍ଗବ ବଢେଇ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

jayashree
Leave A Reply

Your email address will not be published.