ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ବାର୍ଷିକ ଶେଷ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିକୁ ଧୁମ୍ଧାମ୍ରେ ପାଳନ କରାଯାଇଛି । ଗତ ୨ ବର୍ଷ ହେଲା କରୋନା କଟକଣା ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏ ବର୍ଷ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପୁରାଣ ପାଠ ମଧ୍ୟ ହୋଇଥିଲା । ଏଥିରେ କର୍ତ୍ତା ଭାବେ ହୀରାଲାଲ ବିଶି ଓ ତାଙ୍କ ସହଧର୍ମିଣୀ ଶୋଭାଗିନୀ ବିଶି ଦାୟିତ୍ଵ ନେଇଥିବା ବେଳେ ପୂଜକ ଭାବେ ରାମାନନ୍ଦ ଖମାରୀ ଦାୟିତ୍ୱ ନିର୍ବାହ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ନୀଳମଣି ବିଶି, ପଙ୍କଜ ବିଶି, ଲକ୍ଷ୍ମଣ ବିଶି, ବସୁଦେବ ବିଶି, ନିର୍ଦୟ ବିଶି, ଚନ୍ଦ୍ରଧ୍ୱଜ ବିଶି, ଗଣେଶ ବିଶି, ଜିତାମିତ୍ର ବିଶି, ସୁରେନ୍ଦ୍ର ବିଶି ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଗ୍ରାମରେ ଗୋଟିଏ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଭଜନ ଓ କୀତ୍ର୍ତ୍ତନର ତାଳେ ତାଳେ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି ।
Prev Post
Next Post