ସତ୍ୟବାଦୀରେ ସାହିତ୍ୟ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ଶ୍ରୀଗୋପାଳ ଭବନରେ ଭାରତ ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସାରସ୍ବତ ସଭାରେ ସଭାପତିତ୍ୱ କରିଥିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଅନ୍ୟତମ ଅତିଥି ଭାବେ ମଂଚାସୀନ ହୋଇଥିଲେ ସତ୍ୟବାଦୀ ଦାଶ, ଡ. ବୃନ୍ଦାବନ ରଥ, ନବଘନ ଶତପଥି ଓ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ । ଅତିଥି ପରିଚୟ ପ୍ରଦାନ ସହ ସଂଯୋଜନା କରିଥିଲେ କବି ମାନସ ରଞ୍ଜନ ପଟ୍ଟନାୟକ । ପ୍ରମିଳା ପଟ୍ଟନାୟକ, ସୁନନ୍ଦା ମହାନ୍ତି, ସମ୍ପଦ ବେହେରା, ସଂଯୁକ୍ତା ନନ୍ଦ, ନଳିନୀ ପ୍ରଭା ପଟ୍ଟନାୟକ, କମଳିନୀ ପାଣିଗ୍ରାହୀ ରତ୍ନାକର ଜେନା, ବିଜୟ ପଟ୍ଟନାୟକ, ସଚ୍ଚିକାନ୍ତ ବିଶ୍ବାଳ, କୃପାନିଧି ପ୍ରଧାନ, ହିମାଂଶୁ ମହାପାତ୍ର, ବନ୍ଦନା ମହାପାତ୍ର, ରବୀନ୍ଦ୍ରନାଥ ଷଡଙ୍ଗୀ, ଦାଶରଥି ମହାନ୍ତିଙ୍କ ସମେତ ପ୍ରାୟ ୬୦ ଜଣରୁ ଅଧିକ କବି ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତି ଆଧାରରେ ସ୍ବରଚିତ କବିତା ପାଠ କରିଥିଲେ । ମାତୃଭାଷାର ସୁରକ୍ଷା ନିମନ୍ତେ କିପରି ତୃଣମୂଳ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ସଂକ୍ରାନ୍ତୀୟ ଅଭିଭାଷଣ ରଖିଥିଲେ ଅତିଥି ମାନେ । ଭାରତ ବିକାଶ ପରିଷଦ କାର୍ଯ୍ୟଧାରା ଉପରେ ଆଲୋକପାତ କରାଇଥିଲେ ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଓ ରାଜ୍ୟ ପୂର୍ବ ପ୍ରାନ୍ତ ସଚିବ ସତ୍ୟବାଦୀ ଦାଶ । ପରିବେଶବିତ୍‌ ହୃଷିକେଶ ପାଢୀଙ୍କ ବ୍ୟାନର ପରିବେଶ ସୁରକ୍ଷା ସଂକ୍ରାନ୍ତୀୟ ବ୍ୟାନରକୁ ଉନ୍ମୋଚିତ କରିଥିଲେ ଅତିଥିମାନେ । ଫକୀର ଚରଣ ପାଢୀଙ୍କ ରଚିତ ପୁସ୍ତକ ‘ଶିଷ୍ଟାଚାର’କୁ ଲୋକାର୍ପିତ କରାଯାଇଥିଲା ସଭା ମଂଚରେ ଅତିଥି ମାନଙ୍କ ଗହଣରେ । ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପ୍ରସାଦ ଦାଶ ଭକ୍ତି ସଙ୍ଗୀତ ପରିବେଶଣ କରିଥିଲେ । ସହଯୋଗ କରିଥିଲେ ସୁନିଲ କୁମାର ବେହେରା, ଉପେନ୍ଦ୍ର ବିଶ୍ବାଳ, ବିଷ୍ଣୁ ପ୍ରସାଦ ମହାରଣା, ସୁଶାନ୍ତ କୁମାର ରଥ ଓ ନୀହାର ରଂଜନ ସ୍ବାଇଁ । ଶେଷରେ ଧନ୍ୟବାଦ ଦେଇଥିଲେ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ।

jittmm
Leave A Reply

Your email address will not be published.