oom

ବିଜେପି ପକ୍ଷରୁ ପଣା ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଜେପି କର୍ଲାମୁଣ୍ଡା ମଣ୍ଡଳ ତରଫରୁ ରାଜପୁର ପଂଚାୟତ ଅନ୍ତର୍ଗତ ସୁରୁଜୁଲି ଗ୍ରାମରେ ପଣା ସଂକ୍ରାନ୍ତି ଓ ବାବା ସାହେବ ଡ଼ ବି.ଆର ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ, ରାଜପୁର ପଞ୍ଚାୟତର ୬୫ଜଣ କର୍ମୀ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିଲେ । ମଣ୍ଡଳ ସଭାପତି ସଞ୍ଜୟ ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ଅନୁସୂଚିତ ମୋର୍ଚ୍ଚା ସଭାପତି ଗଣେଶ୍ୱର କୁମାର, ମୁଖ୍ୟବକ୍ତା ଭାବେ ମୁରଲୀଧର ରଣା, ସମ୍ମାନିତ ଅତିଥି ଭାବେ ହୃଷିକେଶ ସାହୁ, ଯୋଗଦେଇ ଆମ୍ବେଦକରଙ୍କ ଅବଦାନ ଉପରେ ଅବତାରଣା କରିବା ସହ ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଉପରେ ତଥ୍ୟଭିତ୍ତିକ ମତ ଉପସ୍ଥାପନା କରିଥିଲେ । ଏଥିରେ ବିଜେପି ରାଜପୁର ପ୍ରଭାରୀ ରଶ୍ମି ରଞ୍ଜନ ମିଶ୍ର, ଆଇଟି ସେଲ ପ୍ରମୁଖ ବିଷିକେଶନ ସେଠୀ, ଦୁଇ ସମ୍ପାଦକ ଲିଙ୍ଗରାଜ ସାହୁ ଓ ସୁଶୀଲ ସାହୁ, ଶକ୍ତି ପ୍ରମୁଖ ରାଜପୁର କ୍ଷମାନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.