କଳାହାଣ୍ଡି, (ନରୋତ୍ତମ ସେଲମା) : ହନୁମାନ ଜୟନ୍ତୀ ଅବସରରେ ରିଷିଡା ସଲଣ୍ଡିଆମୁଣ୍ଡା ହନୁମାନ ଜୟନ୍ତୀ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏଥିରେ ଭାଗନେଇ ଥିବା ବେଳେ ପିଲାମାନଙ୍କୁ ହନୁମାନ ବେଶରେ ସଜ୍ଜିତ କରାଯାଇଥିଲା । ଏଥିରେ ବିଶିଷ୍ଟ ଯୁବସମାଜସେବୀ ନୀଳମାଧବ ସିଂଦେଓ ଯୋଗଦେଇ ରାଲିରେ ସାମିଲ ହୋଇଥିଲେ । କମିଟିର ପାର୍ଥ ସୁନା, ତପି ବାରିକ, ଧରମ ବାରିକ, ସୁଶାନ୍ତ ପାତ୍ରଙ୍କ ନେତୃତ୍ୱରେ ଏହି ରାଲି ହନୁମାନ ମନ୍ଦିରରୁ ବାହାରି ଶ୍ରୀରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର ଦେଇ ପୂଜା ସ୍ଥଳରେ ପହଂଚିଥିଲା ।
Prev Post