ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସାମାଜ ପାଇକମାଲ ବ୍ଲକର ନୃସିଂହନାଥଠାରେ ଭାରତର ରତ୍ନ ଆଇନ୍ ପ୍ରଣେତା ଡ. ବି.ଆର୍. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ କରାଯାଇଥିଲା ଏଥିରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସଭାପତି, ସମ୍ପାଦକ, କୋଷାଧକ୍ଷ ଓ ପରିଚାଳନା କମିଟି ଉପସ୍ଥିତ ଥିଲେ । ପ୍ରଥମେ ବ୍ଲକ୍ ସଭାପତି ୟୁଧିଷ୍ଟିର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆମ୍ବେଦକରଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବ୍ଲକ ସମ୍ପାଦକ ଲଲିତ ଜଗତ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଭାକୁ ପରିଚାଳନା କରିଥିଲେ । ସଭା ଆରମ୍ଭରୁ ଆଦି ମୁନା ଓ ମନୋରଞ୍ଜନ ସୁନା ଆମ୍ବେଦକରଙ୍କ ବିଷୟରେ ଆଧାରିତ ଗୀତ ଗାନ କରିଥିଲେ । ଡ. ବି.ଆର୍‌. ଆମ୍ବେଦକରଙ୍କ ଜୀବନୀ ବିଷୟରେ ସମାଜର ବରିଷ୍ଠ ସମାଜସେବୀମାନେ ଆଲୋଚନା କରିଥିଲେ । ବୈଠକରେ ସମ୍ପାଦକ ଶ୍ରୀ ଜଗତ ପୂର୍ବ ବୈଠକ ବିବରଣୀକୁ ପଠନ କରି ଚଳିତ ବର୍ଷ ଚୈତ୍ର ପୂର୍ଣ୍ଣିମାର ଆୟ ବ୍ୟୟ ବିଷୟରେ ସମସ୍ତଙ୍କୁ ବୁଝାଇ ଦେଇଥିଲେ । ଉପଦେଷ୍ଟା କମିଟି ପକ୍ଷରୁ କ୍ଷେତ୍ରୀ ଲୁହାର, ଯୁଗଳ କିଶୋର ମହାନନ୍ଦ, ମନୋରଞ୍ଜନ ସୁନା ଦାମୋଦର କନ୍ଦ, ଦଶରଥ ଚାନ୍ଦ, ଦୁଃଶାସନ କୁମ୍ଭାର, ଧନସିଂ ତାଣ୍ଡି, ଶରତ ତାଣ୍ଡି, ମିଶ୍ର ବେଶ୍ରା, ମୋହିତ ଶିକା, ଲୁକୁ ବାଗ, ହରିରାମ ତାଣ୍ଡି, ବାଲେକରାମ ବେନିଆ, ଦିଲୀପ କୁମାର, ଉମାକାନ୍ତ ଜାଲ, ନବୀନ ହରିପାଲ, ନବଘନ ତାଣ୍ଡି ଓ ମୋହିତ ବାଗ ଉପସ୍ଥିତ ଥିଲେ । ଶେଷରେ ବ୍ଲକ କୋଷାଧକ୍ଷ ରାଜୁ ମହାନନ୍ଦ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.